Advertisment

Union Budget: ଆଜି ଆସିବ କେନ୍ଦ୍ର ବଜେଟ୍, ନିର୍ମଳାଙ୍କ ପେଡ଼ି ଉପରେ ଦେଶବାସୀଙ୍କ ନଜର

୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୩-୨୪ ତୁଳନାରେ ୮.୫ ପ୍ରତିଶତ ଅଧିକ। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
Budget

Budget

ଆଜି ସାଧାରଣ ବଜେଟ୍। ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ବଜେଟ ପେଡ଼ି। ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ, ତା’ଉପରେ ରହିଛି ସାରା ଦେଶର ନଜର। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା।

Advertisment

ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ରହିଛି ସାରା ଦେଶବାସୀଙ୍କ ନଜର।

ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛନ୍ତି ମଧ୍ୟବିତ୍ତ।ସେହିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ଶିଳ୍ପ କ୍ଷେତ୍ରକୁ ବଳ ଦେବା ଲାଗି ରିୟଲ ଇଷ୍ଟେଟ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, AI ସହ ପୁଞ୍ଚିନିବେଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।

Advertisment

ବଜେଟରେ ମିଶନ୍ ଶକ୍ତି, ଜନନୀ ସୁରକ୍ଷା ଯୋଜନା ଓ ମାତୃ ବନ୍ଦନା ଯୋଜନା ଭଳି ମହିଳା କୈନ୍ଦ୍ରିକ ସ୍କିମ ଗୁଡ଼ିକୁ ବ୍ୟୟବରାଦରେ ବଢ଼ାଇପାରନ୍ତି ସରକାର। ପୂର୍ବ ବଜେଟରେ ଏହି ସ୍କିମ ଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହିପରି ଗରିବଙ୍କ ଉପରେ ଗୁରୁତ୍ୱ ଦେବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟୟବରାଦ ବଢ଼ିପାରେ। ସେହିପରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ଶିଳ୍ପ କ୍ଷେତ୍ରକୁ ବଳ ଦେବା ଲାଗି ରିୟଲ ଇଷ୍ଟେଟ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, AI ସହ ପୁଞ୍ଚିନିବେଶକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି ସରକାର।

୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୩-୨୪ ତୁଳନାରେ ୮.୫ ପ୍ରତିଶତ ଅଧିକ। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ : ସଂସଦରେ ବିକଶିତ ଭାରତର ନକ୍ସା ରଖିଲେ ରାଷ୍ଟ୍ରପତି

Union Budget Parliament
Advertisment
Advertisment