Advertisment

Union Budget 2025: କେନ୍ଦ୍ର ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା; ବଢିଲା କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍

ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି ।

author-image
Tapaswini Nayak
Finance Minister Nirmala Sitharaman

Finance Minister Nirmala Sitharaman

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

Advertisment

ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବା ବେଳେ,ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ। ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ। ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଳାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ ।

Advertisment

 ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ। ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ।

Union Budget FM Nirmala Sitharaman
Advertisment
Advertisment