/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738379900.jpg)
Lpg Gylinder
ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର । ବଜେଟ ପୂର୍ବରୁ କମିଲା କମର୍ସିଆଲ୍ LPG ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ୭ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି।
ଦାମ୍ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଏବେ ୧୭୯୭ ଟଙ୍କା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୧୮୦୪ଟଙ୍କା ଥିଲା। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।
ଗତ ମାସରେ ଇଣ୍ଡିଆନ ଅଏଲ କର୍ପୋରେସନ ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୧୪.୫ ଟଙ୍କା ହ୍ରାସ କରିଥିଲା।
ଉଲ୍ଲେଖଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ। ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ଏହାରି ଭିତରେ ଗ୍ରାହକଙ୍କୁ ମିଳିଛି ଖୁସି ଖବର। ସକାଳୁ ସକାଳୁ LPG ସିଲିଣ୍ଡର ଦର ହ୍ରାସ ପାଇଛି।
ତେବେ ଏଥର ବଜେଟରେ ମନେ ହେଉଛି ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଅନେକ ଘୋଷଣା କରିପାରନ୍ତି। ଏଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଉପହାର ଟିକସ ଛାଡ଼ ଆକାରରେ ମିଳିବାର ସମ୍ଭାବନା ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)