• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Infertility

କାହିଁକି ଦୁର୍ବଳ ହେଉଛି ପୁରୁଷଙ୍କ ଶୁକ୍ରାଣୁ
Sperm Freezing Trend: ଭାରତରେ ସ୍ପର୍ମ ଫ୍ରିଜିଂର ନୂଆ ଟ୍ରେଣ୍ଡ , ଦୁର୍ବଳ ହେଉଛି କି ପୁରୁଷଙ୍କ ଶୁକ୍ରାଣୁ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ପୁରୁଷ ଏକ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ସତ୍ତ୍ୱେ ଜଣେ ମହିଳା ଗର୍ଭଧାରଣ କରିବାରେ ଅସମର୍ଥ ହେଲେ, ସଂପୃକ୍ତ ପୁରୁଷକୁ ଇନଫଟାଇଲ ବୋଲି ଧରାଯାଏ। ଅନ୍ୟପଟେ କେତେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି ମଧ୍ୟ ଖରାପ ଥାଏ । ଏହି ସମସ୍ୟାକୁ ଅଲିଗୋସ୍ପର୍ମିଆ କୁହାଯାଏ । ଜଣେ ପୁରୁଷର ପ୍ରତି ମିଲିଲିଟର ସିମେନରେ ଯଦି ୧୫୦ ମିଲିୟନରୁ କମ୍ ଶୁକ୍ରାଣୁ ସଂଖ୍ୟା ଥାଏ, ତେବେ ଏହାକୁ ଶୁକ୍ରାଣୁ ଅଭାବ ବୋଲି ବିବେଚନା କରାଯାଏ ।

Infertility Statistics in India
ବଢୁଛି କି ଭାରତରେ ବନ୍ଧ୍ୟାତ୍ୱ

କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ।