ମାତ୍ର ଗୋଟେ କିସ୍ କରି ପାଇଲେ କୋଟି କୋଟି ଟଙ୍କା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ସତ । ହଲିଉଡ୍ ସୁନ୍ଦରୀ କାଇଲି ଜେନ ଏ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାଇଲି ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟ 300 ମିଲିୟନ୍ ଫଲୋର୍ସ ଅଛନ୍ତି ।
ଆମ ଦୁନିଆର ସବୁଠାରୁ ସୁନ୍ଦର ଆଉ କ୍ୟୁଟ୍ ସ୍ଥାନ ରହିଛି ଜାପାନରେ । ଜାପାନ ପ୍ରତିଟି କ୍ଷେତ୍ର ବିକାଶ ଆଉ ଆଧୁନିକତାର କଥା ବଖାଣିଥାଏ । ହେଲେ ଏହି ଦେଶରେ ହିଁ ରହିଛି ଅନେକ ବିଚିତ୍ର ସ୍ଥାନ । ଆଉ ସେ ସବୁ ସ୍ଥାନର ରହିଛି ଅନେକ ବିଶେଷତ୍ତ୍ୱ, ଇତିହାସ ଆଉ ରହସ୍ୟ… ସେହିଭଳି ଏକ ସ୍ଥାନ ହେଉଛି, ଜାପାନରେ ଥିବା 'ଫକ୍ସ ଭିଲେଜ' ବା 'କୋକିଶିଆଳ ମାନଙ୍କ ଗାଁ' । ଏଠାରେ ରୁହନ୍ତି ଶହ ଶହ ସଂଖ୍ୟାରେ କୋକିଶିଆଳ ବା ଫକ୍ସ । ଆଉ ଏହି କାରଣରୁ ସ୍ଥାନଟି ବିଶ୍ୱ ପ୍ରସିଦ୍ଧ ହୋଇସାରିଛି । ତେବେ କଣ ଏହି ସ୍ଥାନର ରହସ୍ୟ… ଚାଲନ୍ତୁ ଜାଣିବା ।
କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।
ଦିଆସିଲି ଖୋଳରେ ରହିପାରୁଛି 5.5 ମିଟର ଶାଢ଼ୀ । ତେଲେଙ୍ଗାନାର ଜଣେ ବୁଣାକାର ନଲ୍ଲା ବିଜୟ ଏହି ନିଆରା ଶାଢ଼ୀକୁ ତିଆରି କରିଛନ୍ତି । ତିଆରି କରିବା ପରେ ସେ ଏହି ଶାଢ଼ୀକୁ ତେଲଙ୍ଗାନା ମନ୍ତ୍ରୀ କୋଟି ରାମା ରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାଶ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢୀ ପ୍ରଦର୍ଶନ କରିଛନ୍ତି ।
ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ଅଛି ସାଲୁବାଲୁ ପୋକ ।
ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚାଉଳ । ପିଲାଙ୍କ ପାଇଁ ଆସିଥିବା ଚାଉଳ ଭର୍ତ୍ତି ହୋଇଛି ପୋକ । ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ସାଲୁବାଲୁ ପୋକ ରହିଥିବାର ଦେଖିବାକୁ ମିଳିଛ ।
ଆଜିକାଲି ଯେଉଁମାନେ ଅନ୍ଲାଇନ୍ରେ ଜିନିଷ କିଣୁଛନ୍ତି ସେମାନଙ୍କ ଆଗ୍ରହ ବ୍ରିଟେନର ବିରଳ ୫୦ ପେନ୍ସ ମୁଦ୍ରା ପ୍ରତି ଆସିଛି। ଲୋକମାନେ ଏହାକୁ କିଣିବା ପାଇଁ ଅନ୍ଲାଇନ୍ରେ ବହୁତ ଖୋଜ୍ କରୁଛନ୍ତି।
ପୋଲିସ ଚାକିରି ବୋଲି ଏତେ ଭାଉ? ବିନା ଦୋଷରେ ଡ୍ରାଇଭରଙ୍କୁ ନିସ୍ତୁକ ମାରି ରକ୍ତାକ୍ତ କରିଦେଲେ...ଅନ୍ଧାର ରାତିରେ ଘଟିଥିଲା ଏମିତି ବର୍ବର ଘଟଣା
ପ୍ରେମ ମାନେ ନାହିଁ ଜାତି-ଧର୍ମ-ବର୍ଣ୍ଣ। ପ୍ରେମ ହୋଇଗଲେ ସବୁ କିଛି ସୁନ୍ଦରର ଲାଗେ। ବୟସ ବି ଫରକ ପଡେନି। ଜଣେ ୬୧ ବର୍ଷର ବୃଦ୍ଧା ତାଙ୍କଠାରୁ ୨୮ ବର୍ଷ ସାନ ଯୁବକଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି।
କୁକୁର ବି ଟିଭି ଦେଖିପାରେ। ସେ ମଧ୍ୟ ଏଥିରୁ ଉଠେଇପାରେ ମଜା। ଭାଇରାଲ୍ ହେଉଥିବା ଏହି ଭିଡିଓରେ କୁକୁରଟି ମାଲିକାଣୀ ସହ ବସି ଟିଭି ଦେଖୁଛି ଆଉ କଥା ହେଉଛି।
ଆମେରିକାର ଜଣେ ବାରିକ ନିଜ ସେଲୁନକୁ ଆସୁଥିବା ଗ୍ରାହକଙ୍କ କେଶ କାଟିବା ପରେ ସେସବୁକୁ ସାଇତି ରଖି ଦୁନିଆର ସବୁଠୁ ବଡ ମାନବ କେଶ ବଲ ତିଆରି କରିଛନ୍ତି ।
ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆର୍ର୍ପାର୍ ଲଢ଼େଇ । ସମୟ ସକାଳ ପ୍ରାୟ ସାଢ଼େ ୧୧ଟା । JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ ।
ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା ।
ଏ କୁଆପଥର ସବୁ ସାରିଦେଲା: ମାଟିରେ ମିଶିଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା, ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ ।
ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ସଂସାର। ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି କେବଳ ସରକାରୀ ସାହାଯ୍ୟକୁ।
ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।
ସୁନ୍ଦରଗଡ଼ ରମ୍ପିଆ କୋଲ ବ୍ଲକର ଘୋଘରପାଲିର ନିଛାଟିଆ ଅଞ୍ଚଳରେ ଟନ୍ ଟନ୍ କୋଇଲା ଥୁଆ ହୋଇଛି । ବେଆଇନ୍ ଖନନ ଦ୍ୱାରା ସବୁ ଖୋଳା ହୋଇଛି । ଦିନବେଳା ଶ୍ରମିକ ଲଗାଇ ମାଫିଆ ଖୋଳୁଛନ୍ତି, ଆଉ ରାତି ହେଲେ ଛତିଶଗଡ଼କୁ ହେଉଛି ଚାଲାଣ । ସକାଳ ଯାଏଁ ଟ୍ରକ ଟ୍ରକ୍ କୋଇଲା ବୁହା ଚାଲିଛି
ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।
ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।
ଏକ ନିଆରା ତଥା ରହସ୍ୟମୟ ଆଇଲ୍ୟାଣ୍ଡ । ଯାହାର ନାଁ କ୍ଲିପର୍ଟନ୍ ଅଇଲ୍ୟାଣ୍ଡ । ଏହା ପ୍ରଶାନ୍ତ ମହାସାଗରରେ ମାତ୍ର ୬ କିଲୋମିଟର ବର୍ଗ କ୍ଷେତ୍ରରେ ବ୍ୟାପ୍ତ । ଏହି ଦ୍ୱୀପ ସହ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ପାଖାପାଖି ୧୯୧୦ରେ ଏଠାରେ ଲୋକମାନେ ବସବାସ କରୁଥିଲେ । କିନ୍ତୁ ମେକ୍ସିକୋରେ ସିଭିଲ୍ ୱାର ପରେ ଏହି ଦ୍ୱୀପକୁ ଯେପରି ସମସ୍ତେ ଭୁଲିଗଲେ । ହେଲେ କାହିଁକି । ଏହାପରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା କଣ ହୋଇଥିଲା । ଏଭଳି ଅନେକ ପ୍ରଶ୍ନକୁ ନେଇ ଚାଲନ୍ତୁ ଜାଣିବା ଏହି ଆଇଲ୍ୟାଣ୍ଡର ରହସ୍ୟ ।
ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।
ବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ । ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି କି ଶବ ସତ୍କାର କରିବାକୁ ଆସିଲେନି ।
ଗାଁ ଲୋକେ ନିଜ ପାନବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ। ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା।
୩ଦିନ ହେଲା ଫେରିଲାନି ଝିଅ । ଝିଅକୁ ଫେରାଇ ଦିଅ କହି କାନ୍ଦୁଛି ମା’ ।
ନିଜେ ଭିକ୍ଷା ମାଗି ଚଳୁଥିଲେ । ବଳକା ପଇସା ମନ୍ଦିରକୁ ଦାନ କରୁଥିଲେ । ଲୋକଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ । ନିଜର ସଂପର୍କୀୟ ବୋଲି ପାଖରେ କେହି ନଥିଲେ । ତାଙ୍କ ଘର କେଉଁଠି କେହି ଜାଣନ୍ତି ନାହିଁ । ହେଲେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଲା ପରେ ଶବ ସଂସ୍କାର କଲେ ସ୍ୱେଚ୍ଛାସେବୀ । ଏକାଦଶାହ କ୍ରିୟାକର୍ମ କରି ଅଜାଡି ଦେଲେ ସ୍ନେହ, ପ୍ରେମ ଓ ଅଜସ୍ର ସମ୍ମାନ ।