/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642147185.jpg)
tragic story
୩ଦିନ ହେଲା ଘରକୁ ଫେରିନି ଝିଅ । ଝିଅ ସହ ଚାଲିବାକୁ ଯାଇଥିଲି । ଆଉ ସେହି ସମୟରେ ଚିକୁ ନାମକ ଏକ ପିଲା ଆସିଥିଲା । ବନ୍ଧ ଉପରେ ପ୍ରଥମେ ମୋତେ ଧକ୍କା ମାରିଥିଲେ । ଦୁଇଟା ବାଇକରେ ଆସି ମୋ ଆଖି ସାମ୍ନାରେ ଝିଅକୁ ଉଠେଇ ନେଲେ । ଗୋଟିଏ ବାଇକରେ ଥିଲେ ତିନି ଜଣ, ଅନ୍ୟ ବାଇକରେ ଥିଲା ଜଣେ । ପଛରେ ଦୌଡ଼ିବା ଛଡ଼ା କିଛି କରିପାରିଲିନି । ମୋ ଝିଅକୁ ମୋତେ ଫେରେଇଦିଅ ବୋଲି କାନ୍ଦି କାନ୍ଦି କହୁଛି ମାଆ ।
ମା’ର ଆଖି ସାମ୍ନାରେ ଯୁବତୀଙ୍କୁ ଅପହରଣ ଅଭିଯୋଗ । ପରିବାର ଲୋକେ ଦୀର୍ଘ ୩ ଦିନ ଧରି ଥାନାକୁ ଦୌଡ଼ିବା ପରେ ମାମଲା ରୁଜୁ କରିଛି ପୋଲିସ । ହେଲେ ଏବେ ସୁଦ୍ଧା ଅପହୃତ ଯୁବତୀଙ୍କ ପତ୍ତା ମିଳିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ।
ଘସିପୁରା ଥାନା ପୁଷ୍କୁରା ଅଞ୍ଚଳର ଜଣେ ଯୁବତୀ ୩ଦିନ ତଳେ ନିଜ ମାଆଙ୍କ ସହ ପଞ୍ଚୁପୁଲୀ ବନ୍ଧ ଉପରେ ଚାଲୁଥିବା ସମୟରେ ଶଙ୍ଖଣା ଗ୍ରାମର ବିଶ୍ୱରଂଜନ ଜେନା ତିନି ଜଣ ସାଙ୍ଗଙ୍କ ସହ ମିଶି ତାଙ୍କ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି । ଝିଅକୁ ଅପହରଣ କରି ସେମାନେ ଖାଲପାଳ ଗ୍ରାମରେ ରଖିଥିବା ଜଣାପଡ଼ିଛି । ଝିଅକୁ ଆଣିବା ପାଇଁ ପରିବାର ଲୋକେ ସେଠାକୁ ଯାଇଥିଲେ । ହେଲେ ସେହି ଗ୍ରାମର ଯୁବକ ଚିକୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଯୁବତୀଙ୍କ ସମ୍ପର୍କୀୟ ଦାଦା ଅଭିଯୋଗ କରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ପରିବାର ଲୋକେ ଅଭିଯୋଗ ନେଇ ଦୀର୍ଘ ୩ ଦିନ ଧରି ଥାନାରେ ବସିଲା ପରେ ଘସିପୁରା ପୋଲିସ ମାମଲା ରୁଜୁ କରିଛି । ଗତକାଲି ଘସିପୁରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ପାଉନି । ଅନ୍ୟ ପକ୍ଷରେ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି ।
ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)