• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସେଲୁନରେ କେଶ ତ ସମସ୍ତେ କାଟିଥାନ୍ତି । ହେଲେ ଜାଣନ୍ତି କି କେଶ କାଟିବା ପରେ କଟା ହୋଇଥିବା କେଶକୁ ସେଲୁନରେ କଣ କରିଥାନ୍ତି । ସାଧାରଣତଃ ଅନେକ ସ୍ଥାନରେ ସେମାନେ ଦୋକାନରୁ ଅଳିଆ ଆବର୍ଜନାରେ କେଶ ଫିଙ୍ଗି ଦେଇଥାନ୍ତି । ହେଲେ ଏମିତି ବି ଏକ ସେଲୁନ୍ ରହିଛି ଯେଉଁଥିରେ କଟାଯାଇଥିବା କେଶକୁ ନ ଫିଙ୍ଗି ବିକ୍ରି କରିଦେଇଥାନ୍ତି । ଯେଉଁଥିରୁ ନକଲି ୱିଗ୍ ତିଆରି କରାଯାଏ । ହେଲେ ଆମେରିକାର ଜଣେ ବାରିକ ନିଜ ସେଲୁନକୁ ଆସୁଥିବା ଗ୍ରାହକଙ୍କ କେଶ କାଟିବା ପରେ ସେସବୁକୁ ସାଇତି ରଖି ଦୁନିଆର ସବୁଠୁ ବଡ ମାନବ କେଶ ବଲ ତିଆରି କରିଛନ୍ତି ।

ଆମେରିକାର ଓହିଓର କେମ୍ବ୍ରିଜ୍ ସହରରେ ଷ୍ଟିଭ୍ ୱାର୍ଡେନ ନାମକ ଜଣେ ବ୍ୟକ୍ତି ବାରିକ ଭାବରେ କାର୍ଯ୍ୟ କରିଥାନ୍ତି । ତାଙ୍କ ସେଲୁନର ନାମ ହେଉଛି 'ବ୍ଲକର୍ସ' ହେଲେ ଏବେ ତାଙ୍କର ଏକ ନିଆରା କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଷ୍ଟିଭ୍ ଏକ ବିଶାଳ ମାନବ କେଶ ବଲ୍ ସୃଷ୍ଟି କରିଛନ୍ତି ଯାହା ଲୋକଙ୍କ କେଶରେ ନିର୍ମିତ । ଏହି ଅନନ୍ୟ କୀର୍ତ୍ତି ଯୋଗୁଁ ଷ୍ଟିଭ୍ ଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।

  • ୯ ବର୍ଷରେ ପ୍ରସ୍ତୁତ ହୋଇଛି ଏହି ବଲ୍

୨୦୧୩ ମସିହାରେ ଷ୍ଟିଭ୍ ଙ୍କ ସାନପୁଅ କଲେଜ ପାଠପଢ଼ା ଆରମ୍ଭ କରିଥିଲେ । ସେତେବେଳେ ଷ୍ଟିଭଙ୍କ ପାଖରେ ବହୁତ ଖାଲି ସମୟ ଥିଲା । ତାଙ୍କ ପିଲାମାନେ ପ୍ରାୟତ ତାଙ୍କୁ କେଶକୁ ନେଇ ଏକ ବଲ ତିଆରି କରିବାକୁ ପ୍ରେରଣା ଦେଉଥିଲେ ଯଦିଓ ଷ୍ଟିଭ ସେତେବେଳେ ଏହାକୁ ଗମ୍ଭୀରତାର ସହ ନେଇ ନଥିଲେ । ହେଲେ ପିଲାଟି କଲେଜ୍ ଯିବା ପରେ ଷ୍ଟିଭ୍ ବଲ୍ ତିଆରି କରିବା ଆରମ୍ଭ କଲେ । ସେ ତାଙ୍କ ସେଲୁନରେ ଏପରି ଏକ ସିଷ୍ଟମ ରଖିଥିଲେ ଯେଉଁଥିରେ ଗ୍ରାହକଙ୍କ କଟା କେଶ ସବୁ ଭୂମିରେ ପଡ଼ିଥିବା ମାତ୍ରେ ଏକ ଜାଲ ଦ୍ୱାରା ତଳ ମହଲାରେ ପହଞ୍ଚୁଥିଲା ।

  • ୧୦୨ କେଜିର କେଶର ବଲ୍

ଷ୍ଟିଭଙ୍କ ପାଖରେ ଯଥେଷ୍ଟ କେଶ ରହିଥିବା ଦେଖି ସେ ଅନେକ ପ୍ରକାରର ଗ୍ଲୁ ବା ଅଠା କିଣି ଏହାକୁ ଏକୋତ୍ରିତ କରି ବଲ୍ ତିଆରି କରିବା ଆରମ୍ଭ କରିଥିଲେ । ଧିରେ ଧିରେ ଷ୍ଟିଭ୍ ସେହି ବଲରେ ଆହୁରି କେଶ ଲଗାଇ ବଲର ଆକାର ବଡ କରିବାକୁ ଲାଗିଲେ । ଏହିପରି ଭାବରେ ପ୍ରାୟ ୯ ବର୍ଷ ପରେ ସେହି ବଲ୍ ଏକ ବିରାଟକାୟ ବଲରେ ପରିଣତ ହୋଇଗଲା । ଯାହା ଏବେ ୧୦୨ କିଲୋଗ୍ରାମ ଓଜନରେ ପହଞ୍ଚିଛି ।

ସେହିପରି ଷ୍ଟିଭ୍ ୨୦୧୮ରେ ଏହି ବଲକୁ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଥିଲେ । ସେତେବେଳେ ଲୋକମାନେ କେଶରେ ନିର୍ମିତ ଏତେ ବଡ ବଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାସହ ବଲରେ ଯୋଡିବା ପାଇଁ ଅନେକ ଲୋକ ନିଜ କେଶ ମଧ୍ୟ ଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଏହି ବଲ୍ ର ନାମ ପଞ୍ଜିକୃତ ହୋଇଛି ।

ଏନେଇ ଷ୍ଟଭ୍ କହିଛନ୍ତି ଯେ, ସେ ନିଜ ପିଲାମାନଙ୍କ ପ୍ରେମରେ ଏହି ବଲକୁ ତିଆରି କରିଛନ୍ତି । ସେ ଚାହୁଁଛନ୍ତି ଯେ ତାଙ୍କ ପରବର୍ତ୍ତୀ ପିଢ଼ି ମଧ୍ୟ ଏହାକୁ ଦେଖିନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now