• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରହସ୍ୟମୟ ଆଇଲ୍ୟାଣ୍ଡ, ପଛରେ ରହିଛି ଦୁଃଖଦ ଇତିହାସ

ଅନେକ ରହସ୍ୟମୟ ଆଇଲ୍ୟାଣ୍ଡ ମଧ୍ୟରୁ ଅନ୍ୟତମ କ୍ଲିପର୍ଟନ୍‌ ଆଇଲ୍ୟାଣ୍ଡ । ଏହି ଆଇଲ୍ୟାଣ୍ଡ ପଛରେ ରହିଛି ଏକ ଦୁଃଖଦ ଇତିହାସ । ଏହା ପ୍ରଶାନ୍ତ ମହାସାଗରରେ ମାତ୍ର ୬ କିଲୋମିଟର ବର୍ଗ କ୍ଷେତ୍ରରେ ବ୍ୟାପ୍ତ । ଏହି ଦ୍ୱୀପ ସହ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ପାଖାପାଖି ୧୯୧୦ରେ ଏଠାରେ ଲୋକମାନେ ବସବାସ କରୁଥିଲେ । ସେ ସମୟରେ ସେଠାରେ ଏକ ଲାଇଟ ହାଉସର ନିର୍ମାଣ କରାଯାଇଥିଲା । ଆଉ ପାଖାପାଖି ୧୦୦ ଲୋକ ସେଠାରେ ରହୁଥିଲେ । ପ୍ରତି ୨ ମାସରେ ଥରେ ସେଠାରେ ଖାଦ୍‌ ଓ ଅନ୍ୟ ଜରୁରୀ ସାମଗ୍ରୀ ସପ୍ଲାଏ କରାଯାଉଥିଲା । କିନ୍ତୁ ମେକ୍ସିକୋରେ ସିଭିଲ୍‌ ୱାର ପରେ ଏହି ଦ୍ୱୀପକୁ ଯେପରି ସମସେ୍ତ ଭୁଲିଗଲେ ।

୧୯୧୭ ମସିହା ବେଳକୁ ଏଠାରେ କେବଳ ୩ଜଣ ମହିଳା ଓ ୮ ଜଣ ଛୋଟ ପିଲାମାନେ ବଞ୍ଚିଥିଲେ । ସେମାନେ ଗଭୀର ଭାବେ କୁପୋଷଣର ଶିକାର ହୋଇଥିଲେ । ‌ଆମେରିକାର ଏକ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲା । ଏହା ପୃଥିବୀର ସବୁଠାରୁ ସୁଦୂର ଟ୍ରପିକାଲ ଦ୍ୱୀପ । ଏଠାରେ ଅନେକ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳନ୍ତି । ଲକ୍ଷ ଲକ୍ଷ ସଂଖ୍ୟାରେ ବିଶେଷ କଙ୍କଡା, ହଜାର ହଜାର ସଂଖ୍ୟାରେ ଭିନ୍ନ ଭିନ୍ନ ପକ୍ଷୀ, ୨ହଜାର ଆକ୍ରମଣକାରୀ ନିଆରା ମୂଷା, ଇତିହାସର ଅନେକ ଭଗ୍ନାବଶେଷ ଇତ୍ୟାଦି ଏଠାରେ ଦେଖିବାକୁ ମିଳେ । ମେକ୍ସିକୋର ଦକ୍ଷିଣ ପଶ୍ଚିମରେ ୧ହଜାର ୧୨୦ କିଲୋମିଟର ଦୂରରେ ଅବସ୍ଥିତ ।

ଫ୍ରାନ୍ସ ଦ୍ୱାରା ପରିଚାଳିତ କ୍ଲିପର୍ଟନ୍‌ ଦ୍ୱୀପ ହେଉଛି ଟ୍ରପିକାଲ ପୂର୍ବ ପ୍ରଶାନ୍ତ ମହାସାଗରରେ ଥିବା ଏକମାତ୍ର ଆଟୋଲ୍‌ । ୧୮ ଶତାବ୍ଦୀ ପ୍ରାରମ୍ଭରେ ଏହି ସ୍ଥାନ ଦୁନିଆଠାରୁ ଅଛପା ହୋଇ ରହିଥିଲା । କିନ୍ତୁ ପରବର୍ତ୍ତି ସମୟରେ ଏଠାରେ ଖଣି କାର୍ଯ୍ୟ ‌ଆରମ୍ଭ ହୋଇଥିଲା । ‌ଆଉ ସେତେବେଳେ ଏଠାରେ ଲୋକମାନେ ବସବାସ କରୁଥିଲେ କିନ୍ତୁ ବର୍ତ୍ତମାନ ଏହା ବାସହୀନ । କିନ୍ତୁ ସ୍ଥାନଟି ପ୍ରାକୃତିକ ସୁନ୍ଦରତାରେ ଭରପୁର । ଏଠାରେ ଅନେକ ପୁଷ୍ଟିକର ଖାଦ୍ୟ ମିଳିବା ସହ ଏହି ସ୍ଥାନର ୪୫ ପ୍ରତିଶତ ବିଭିନ୍ନ ବନସ୍ପତ୍ତି, ସାମୁଦ୍ରିକ ଘାସ ତଥା ଅନ୍ୟାନ୍ୟ ଉଦ୍ଭିଦରେ ଭରପୁର ।

ଫ୍ରାନ୍ସ ପଲିନେସିଆ ୟୁନିଭର୍ସଟିର ସହଭାଗିତାରେ ଏକ ଟିମ୍‌ କ୍ଲିପର୍ଟନ ଅଭିମୁଖେ ଯାତ୍ରା କରିଥିଲେ । ସେମାନେ ନିଜ ସହ ଅତ୍ୟାଧୁନିକ ଉପକରଣ ଓ ଯନ୍ତ୍ରପାତି ଇତ୍ୟାଦି ନେଇଥିଲେ । ସେମାନେ ଦୀର୍ଘ ଦିନ ଧରି ଏହି ଆଇଲ୍ୟାଣ୍ଡର କୋଣ ଅନୁକୋଣରେ ଗବେଷଣା କରିଛନ୍ତି । ସେମାନେ ସେଠାରେ ଅନୁଭବ କଲେ ଯେ, ଏହା ଓ ଏଠାକାର ଜଳ ଜୀବନ ସହିତ ଜଡିତ । ଏଠାରେ ଅନେକ ସଂଖ୍ୟାରେ ସାର୍କ ଦୃଶ୍ୟମାନ ହୁଅନ୍ତି । ଏହାସହ ଅତ୍ୟଧିକ ସାହାସୀ ଇଲ୍‌ ମାଛ ସହ ଏଣେ୍ଡମିକ୍‌ ମାଛ ଏଠାକାର ଏକ ସୁସ୍ଥ ଇକୋସିଷ୍ଟମକୁ ସୂଚିତ କରେ । ତଥାପି ଏହା ଦୀର୍ଘଦିନ ହେବ ମାନବ ଶୂନ୍ୟ ।

୧୯ ଶତାବ୍ଦୀ ବେଳକୁ ଏହା ଏକ ଲାଇଟ୍‌ ହାଉସ୍‌ ଓ ଫିସିଂ ଷେ୍ଟସନ ପାଇଁ ବେଶ୍‌ ପ୍ରସିଦ୍ଧ ହୋଇପାରିଥିଲା । ଏଠାରେ ୧୧୫ ପ୍ରକାରର ମାଛ ଦୃଶ୍ୟମାନ ହୁଅନ୍ତି । ଏଠାରେ ତାପମାତ୍ରା ବାଲାନ୍ସ ହୋଇ ରହିଥାଏ । ଏଠାରେ ପନିପରିବା ସହ ସ୍କ୍ରବ୍‌, ଜଙ୍ଗଲୀ ଜାତୀୟ ଟୋବାକୋ, ପ୍ରଚୁର ମାତ୍ରାରେ ନଡିଆ ଗଛ ଇତ୍ୟାଦି ଭରି ରହିଛି । କୋରାଲା ଜାତୀୟ ଶୈବାଳ ମଧ୍ୟ ଏଠାରେ ବହୁଳ ଭାବେ ଦୃଶ୍ୟମାନ ହୁଏ । ଏହି ଦ୍ୱୀପକୁ ଇଂରେଜ ଶାସନ ବିରୋଧୀ ତଥା ଡକାୟତ ଜନ୍‌ କ୍ଲିପର୍ଟନ ନାମରେ ନାମିତ କରାଯାଇଛି ।

୧୭୦୫ ବେଳକୁ ଏହି ସ୍ଥାନକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ । କିନ୍ତୁ ଏହା ସର୍ବପ୍ରଥମେ ୧୫୨୧ରେ ଫଡନାଣ୍ଡ ମାଗେଲାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ୧୮୫୫ରେ ଫ୍ରାନ୍ସ ଏହି କ୍ଲିପର୍ଟନ୍‌ ଅଇଲ୍ୟାଣ୍ଡକୁ ନିଜ ଅକ୍ତିଆରକୁ ନେଇଥିଲେ । କିନ୍ତୁ ମେକ୍ସିକୋ ସୈନ୍ୟମାନେ ବଳପୂର୍ବକ ୧୮୯୭ରେ ଏହାକୁ ଅକ୍ତିଆର କରିନେଇଥିଲେ ।

clipperton island franceclipperton island france

୧୯୧୭ ପର୍ଯ୍ୟନ୍ତ ଏହା ଫ୍ରାନ୍ସ ଅଧୀନରେ ଥିଲା । କିନ୍ତୁ ୧୯୩୦ ରେ ଏହା ପୁଣିଥରେ ଫ୍ରେଞ୍ଚ ଅଧିନକୁ ଆସିଥିଲା । ଏହାପରେ ୧୯୮୦ରେ ମୋଲୋସିଆ ଏହାକୁ ନିଜର କରିଥିଲା। ଏହି ସ୍ଥାନର ମୋଟ କ୍ଷେତ୍ରଫଳ ହେଉଛି ୭ ସ୍କୋୟାର କିଲୋମିଟର । ଏହା ନିଜର କିଛି କଳା ଇତିହାସକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚିତ । ଏଠାରେ ଅନେକ ଅପରାଧ ଘଟାଯାଇଛି । ଯାହାର କାହାଣୀ ବେଶ୍‌ ଲୋମ ଟାଙ୍କୁରା । ତେଣୁ ଏହାର ଇତିହାସର କିଛି ଭାଗକୁ କଳା ଇତିହାସ ବୋଲି ମଧ୍ୟ କୁହାଯାଏ । ଯାହା ପରଠାରୁ ଏହି ସ୍ଥାନ ଜନଶୂନ୍ୟ ହୋଇଗଲା ।