/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741774926.jpg)
Holi Guidelines
ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ସୁରକ୍ଷିତ ରହି ହୋଲି ପାଳନ ପାଇଁ କମିଶନରେଟ ପୋଲିସ ଜାରି କରିଛି ଗାଇଡଲାଇନ। ମଦ୍ୟପାନ କରି କୌଣସି ନଦୀ କିମ୍ବା ପୁଲ୍କୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ବନ୍ଧା ହେବେ । ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ PCR।
ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ଲାଗିବ ରୋକ।
ଅଧିକ ପଢ଼ନ୍ତୁ: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ
ଏପଟେ ମାର୍ଚ୍ଚ ୧୫ରେ ହେବ ହୋଲି ଖେଳ। ଏହି ରଙ୍ଗର ପର୍ବକୁ ନେଇ ଏବେଠାରୁ ସବୁଆଡେ ଖୁସିର ପରିବେଶ। ଆଜିଠାରୁ ବି ଅନେକ ସ୍ଥାନରେ ଅବିର ଉଡୁଛି। କିନ୍ତୁ ଆଜିକାଲି ଯେହେତୁ ଅବିର ଭେଜାଲ ହେବାରେ ଲାଗିଛି, ଲୋକମାନେ ଜୈବିକ ରଙ୍ଗ କିଣିବାକୁ ପସନ୍ଦ କରୁଛନ୍ତି। ଏଗୁଡିକ ପ୍ରାକୃତିକ ଉପାଦାନରୁ ତିଆରି ଯାହା ଚର୍ମକୁ କୌଣସି ପ୍ରକାର କ୍ଷତି ପହଞ୍ଚାଏ ନାହିଁ। ତେବେ ଏହିସବୁ ରଙ୍ଗକୁ ଚିହ୍ନିବା ଜରୁରୀ, ନଚେତ୍ କେହି ଆପଣଙ୍କୁ ଜୈବିକ ରଙ୍ଗ ନାଁରେ ଠକି ପାରେ।
ପ୍ରାକୃତିକ ରଙ୍ଗରେ କୌଣସି ପ୍ରକାରର ରାସାୟନିକ କିମ୍ବା କାଚ ଗୁଣ୍ଡ ନ ଥାଏ। ଏହି ଅବିର ଫୁଲର ପାଖୁଡା, ପତ୍ର, ବିଟ୍, ପାଳଙ୍ଗ, ହଳଦୀ, ସିନ୍ଦୁର, ଚନ୍ଦନ, ଅଟା, ଧନିଆ ପାଉଡର, ବେସନ ଭଳି ଜିନିଷରୁ ତିଆରି। ଏହି ହର୍ବାଲ୍ ରଙ୍ଗକୁ ମଧ୍ୟ ଆପଣ ଘରେ ଅତି ସହଜରେ ତିଆରି କରିପାରିବେ।
ହର୍ବାଲ ରଙ୍ଗକୁ ଛୁଇଁ ଆପଣ ଏହା ପ୍ରକୃତ କିମ୍ବା ନକଲି ବୋଲି ଜାଣିପାରିବେ। ଏହି ଅବିର ଯେହେତୁ ଉଦ୍ଭିଦଜାତ ଜିନିଷରୁ ତିଆରି ହୋଇଥାଏ ଏହା ବହୁତ ନରମ ଏବଂ ସୂକ୍ଷ୍ମ ହୋଇଥାଏ। ଭେଜାଲ୍ କେମିକାଲ ରଙ୍ଗ ରଗଡିଆ ବା ରୁଆରୁଆ ଅନୁଭବ ହୁଏ। ହର୍ବାଲ ରଙ୍ଗ ମଧ୍ୟ ଅଧିକ ଚକଚକ କରେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)