ବିଭିନ୍ନ ସଂଗଠନର ପ୍ରତିନିଧି ଆଜି ଢିଙ୍କିଆରେ ଜେଏସଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଗସ୍ତ କରିବା ବେଳେ ସେମାନଙ୍କ ପ୍ରବେଶକୁ ଲୋକେ ବିରୋଧ କରିଥିଲେ ।
ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ।
JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ ଆସିବାକୁ ଡରିବାରୁ, କମିଟି ସଦସ୍ୟମାନେ ବାଧ୍ୟ ହୋଇ ଘରକୁ ଘର ବୁଲି ମତ ସଂଗ୍ରହ କରିଥିଲେ।
ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ ।
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ ।
ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ ।
ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।
ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।
ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।
ଢିଙ୍କିଆ ଗ୍ରାମବାସୀ ଓ ପୋଲିସ ଭିତରେ ଛକାପଞ୍ଝା। ଭିଟାମାଟି ନଛାଡିବା ଜିଦିରେ ଅଟଳ ଗ୍ରାମବାସୀ।
ପାରାଦୀପ ନିକଟରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୁ. ପ୍ରକଳ୍ପକୁ ଢିଙ୍କିଆ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ଆଜି ପରିସ୍ଥିତି ଅଣାୟାତ ହୋଇପଡ଼ିଛି। ପୋଲିସ୍ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଛି। ପୋଲିସ୍ ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ପିଟିଛି। ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଧରିନେଇଛି। ଜଟାଧାର ମୁହାଣର ଠିକ୍ ବାଲିଟିକିରାରେ ପ୍ରଶାସନ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ନବଗଠିତ ରାଜସ୍ଵ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ପହଞ୍ଚିବା ପରେ ଲୋକେ ବିରୋଧ ପାଇଁ ବାଲିଟିକିରାରେ ପହଞ୍ଚିଥିଲେ। ଡିସେମ୍ବର ୧ ତାରିଖରେ ମାପଚୁପ କରାଯାଇଥିଲେ ବି ବିରୋଧ ଯୋଗୁ ଅଧାରୁ ଫେରିଥିଲା ପ୍ରଶାସନ।