ପାନ ଖାଇବାକୁ କିଏ ବା ପସନ୍ଦ ନ କରେ l ଆଜିକାଲି ସମସ୍ତେ ପାନ ର ଦିୱାନା l କିନ୍ତୁ ବିଳମ୍ବିତ ରାତିରେ ବନ୍ଦ ହୋଇଯାଏ ପାନ ଦୋକାନ l ରାତିରେ ଯଦି ଜଣକୁ ପାନ ଦରକାର ହୁଏ ସେ ପାଇବ କେଉଁଠୁ l କିନ୍ତୁ ରାତିରେ ମଧ୍ୟ ଦୋକାନ ବନ୍ଦ ଥିବାର ସମୟରେ ଗ୍ରହକ କେମିତି ପାଇପାରିବେ ପାନ । ସେଥିପାଇଁ ଏକ ନିଆରା ପାନ ଦୋକାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆନନ୍ଦ ପଞ୍ଜୱାନି l ପାନ ଦୋକାନର ଲକରରେ ରହେ ପାନ l ରାତିରେ ବି ଗ୍ରହକ ଆସି ପାନ ଖାଇଥାନ୍ତି l
ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା।
ତିନି ଦଶନ୍ଧୀ ଧରି ଓଲିଉଡ୍ରେ ରାଜ କରିଥିଲେ ମିହିର
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍। ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।
ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍ବେଷ୍ଟସ୍ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।
୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।
ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ କୃଷ୍ଣସିଂହ ମାଝୀଙ୍କ ସୂଚନା ଦେଇଛନ୍ତି। ରାତିରେ ଶୋଇଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ହୋଇଛି।
ବ୍ରହ୍ମପୁରରେ ଜଣେ ପୂର୍ବତନ ସେନା ଯବାନ ସୀମାଞ୍ଚଳ ବାରିକଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଛି ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହେଲେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ
ଆମ ମାଉସୀଙ୍କ ନାଁ ହରସ ମାଉସୀ। ମାଉସୀ ଏ ବୟସରେ ବି ପୂରା ଚାଙ୍ଗା ଅଛନ୍ତି। ପିଠୋଉ ବଟାବଟି କରି ମୂଳାପତ୍ର ଆଉ ନଡ଼ିଆ କୋରା ପକା ପିଠା ତିଆରୁଛନ୍ତି ମାଉସୀ। ପୂରା ଖାଣ୍ଟି ଗାଉଁଲି ଢଙ୍ଗରେ ଆଜି ପିଠା ନେଉଟେଇବେ। ଚଲାନ୍ତୁ ଦେଖିବା ଆଉ ଟିକେ ଚାଖିବା।
ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ ହୋଇଛନ୍ତି ରମେଶ ସାହୁ ନାମକ ଏହି ବ୍ୟକ୍ତି ଜଣକ।
କଂଗ୍ରେସ ଯେଉଁ ଡାଳ ଧରୁଛି ସେ ଡାଳ ଛିଡ଼ୁଛି। ଯେତେ ଯାହା କଲେ ବି ଜମାରୁ କ୍ରେଜ୍ ବଢ଼ୁନି ବରଂ କଚଡ଼ା ଖାଉଛି। ଦେଖୁନ କି ଅବସ୍ଥା ହେଲାଣି... ନାରଣରେ ଟିକେ ହାଉଲେ...
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।
ମହାକାଶକୁ ନେଇ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ଚନ୍ଦ୍ରକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଜାଣନ୍ତୁ ଋଷ କାହା ପକ୍ଷରେ?
ବିବାହ ଏକ ଶୁଭକାମ ହୋଇଥାଏ। ଏନେଇ ଏହା ସହିତ ଜଡିତ ସବୁ କାମକୁ ସକାରାତ୍ମକ ଭାବେ କରାଯାଏ। କିନ୍ତୁ ଜଣେ ଦମ୍ପତି ଏମିତି କିଛି କରିଛନ୍ତି ଯାହା ଅମଙ୍ଗଳର ସୂଚନା ଦିଏ।
ସଂପର୍କରେ ତେରୀମେରୀ ହେଲେ ପରସ୍ପର ଠାରୁ ଅଲଗା ହେବା ତ ଭଲ କଥା। କିନ୍ତୁ ଏହା ପୂର୍ବରୁ ଆଉଥରେ ସୁଯୋଗ ଦେବା ବୁଦ୍ଧିମାନର କାମ। ଏହା ହୁଏତ ସଂପର୍କକୁ ଚମକେଇ ପାରେ।
ସଂକ୍ରମଣର ଦ୍ରୁତ ଗତିକୁ ଦେଖି ହସ୍ପିଟାଲ ଆଡମିଶନ ମଧ୍ୟ ବଢିପାରେ ବୋଲି ଆଶଙ୍କା
ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି
ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ଆକାରର ବୋହିଥାଏ । ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ ?
କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।
ଏଥର ରାଜଧାନୀରେ କଡାକଡି ନିୟମ। ଘରୁ ବାହାରିଲେ ସଠିକ୍ ଢଙ୍ଗରେ ମାସ୍କ ନପନ୍ଧିଥିଲେ ଗଣିବେ ୫୦୦ ଟଙ୍କା ଜରିମାନା।