ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।
ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି ।
ସ୍ୱାମୀଙ୍କୁ ବଞ୍ଚାଇବାକୁ ଲୋକଙ୍କୁ ଆକୁଳ ନିବେଦନ କରିଥିଲେ ପତ୍ନୀ ମୌସୁମୀ । ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଲୋକମାନେ ବି ସାହାଯ୍ୟ କରିଥିଲେ । ହେଲେ ବଞ୍ଚିପାରି ନଥିଲେ ଅଭିଷେକ । ବଳକା ଥିବା 40 ଲକ୍ଷ ଟଙ୍କାକୁ ସରକାରଙ୍କୁ ଦାନ କରିଦେଲେ ପତ୍ନୀ ମୌସୁମୀ ।
ପୁଅ ହେବ ତ ଏମିତି। କରୋନା ଟିକା ଦେବାକୁ ବାପାଙ୍କୁ ପିଠିରେ ବୋହି ଚାଲିଲା ୬ଘଂଟାର ରାସ୍ତା। ପାହାଡ଼, ଜଙ୍ଗଲ ଘେରା ରାସ୍ତାରେ ଟିକାଦାନ କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଶଂସା କଲେ ଡାକ୍ତର। ଖୁସିରେ ପୁଅ କହିଲା, ବାପା ପିଲାବେଳେ ମତେ ଲାଉ କରୁଥିଲେ ଏବେ ମୁଁ ତାଙ୍କୁ କରୁଛି…
ଶୁଆ ନୁହେଁ ସେ ମୋ ଛୁଆ ଥିଲା...ମାସ୍କ ମୁହଁ ଦେଖି ଉଡ଼ିଗଲା....ମୋ ଧନ, ମୋ ଗେହ୍ଲୁ କୋକୋକୁ ହରାଇ କାନ୍ଦି କାନ୍ଦି ବେହାଲ ହେଲେଣି ପ୍ରଫେସର ସସ୍ମିତ। ପେପର୍ଠୁ ଲିଫଲେଟ୍ ପର୍ଯ୍ୟନ୍ତ ସବୁଠି ଦେଲେଣି ବିଜ୍ଞାପନ। ଯିଏ ଖୋଜିଦେବ କୋକୋକୁ ତାକୁ ଦିଆଯିବ ୫ ହଜାର ଟଙ୍କାର ପୁରସ୍କାର, ଦେଖନ୍ତୁ ମଣିଷ-ଶୁଆ ମଧ୍ୟରେ ଥିବା ଭଲପାଇବାର ଅନନ୍ୟ କାହାଣୀ...
କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି, ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...
ମସାଜ୍ ନେବାକୁ କାହାକୁ ବା ଭଲ ଲାଗେନି । କାରଣ ଏହା ବେଶ୍ ଆରାମଦାୟକ । କିନ୍ତୁ କେବେ ଭାବିଛନ୍ତି ମସାଜ୍ ନେବା ସମୟରେ ଭୟର ଅନୁଭୂତି ବି ମିଳିପାରେ ଆପଣଙ୍କୁ । କିଛି ହୋଇଯିବ ବା ଆଘାତ ଲାଗିବାର ଭୟ । ଅଜବ ଲାଗୁଛି ନା । ଭାବୁଛନ୍ତି ନା ଏହା କିଭଳି ମସାଜ ହୋଇଥିବ ଯେ, ଏହା ନେବା ସମୟରେ ଭୟ ଲାଗିବ । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ମସାଜର ବିଷୟରେ ।
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ।ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ପରଲୋକ I ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ
ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ । ଆଦିବାସୀ ଅଞ୍ଚଳରେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ । ସେ ପଦ୍ମଶ୍ରୀ ପୁରସ୍କାର ସହ ଯମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଛନ୍ତି ।
ବାପା ମାଆ ଆରପାରିକୁ ଚାଲିଗଲା ପରେ ଏବେ ବୁଢା ଅଜା ଭରଷାରେ ୩ କୋମଳମତୀ ଶିଶୁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ପଡୋଶୀ ଯାହା ଦେଲେ ସେଥିରେ ପେଟ ପୁରୁଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲତିଛି ।
ଶୀତରେ ଗାଧୋଇବାକୁ କିଏ ବା ଭଲପାଏ। କେହି କେହି ଦିନ ଦିନ ଧରି ଗାଧୋଉ ନଥିବା ବେଳେ କେତେକ ଖାଲି ପାଣି ଛିଞ୍ଚି ହୋଇପଡନ୍ତି। କିନ୍ତୁ ବ୍ୟକ୍ତି ଶୀତରେ ଆରାମରେ ଗାଧୋଇବା ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି।
ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।
ଓମିକ୍ରନର ଅଦ୍ଭୁତ ଲକ୍ଷଣ। ପ୍ରଭାବିତ ହେବା ପରେ ବଢିଯାଉଛି ଭୋକ। ଜଣେ ମଡେଲ୍ ଏଥିରେ ପ୍ରଭାବିତ ହେବା ପରେ ଆଉ ସମ୍ଭାଳି ପାରୁ ନାହାନ୍ତି ଭୋକ। ଘଣ୍ଟାକୁ ଘଣ୍ଟା ଖାଲି ଖାଉଛନ୍ତି।
ଜଣେ ଯୁବତୀ ନିଜ ପରିସ୍ରାକୁ ଅନଲାଇନରେ ବିକ୍ରିକରି ଭଲ ରୋଜଗାର କରୁଛନ୍ତି। ଗୋଟେ କପ୍ ପରିସ୍ରାକୁ ସେ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଖାଲି କିଣୁ ନାହାନ୍ତି, ଏହାକୁ ବରଫ କରି ସାଇତି ବି ରଖୁଛନ୍ତି।
ପିକ୍ନିକ୍ ସାରି ଫେରୁଥିଲା ଟିମ୍। ରାସ୍ତାରେ ଡ୍ରାଇଭର ଅଚେତ ହୋଇଗଲେ। ବସ୍ରେ ଥିବା ଜଣେ ମହିଳା ଯାତ୍ରୀ ହଠାତ ଉଠି ଡ୍ରାଇଭରଙ୍କ ଜାଗା ନେଲେ। ଦୀର୍ଘ ୨୫କିମି ବସ୍ ଚଳେଇ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ।
ଜାଲିଆତି କରି ଚାଲିଛି ବସ୍। କାଗଜପତ୍ର ନେଇ ଉଠିଛି ସନ୍ଦେହ। ଗୋଟିଏ ବସ୍ ହେଲେ ବି ରହିଛି ଅନେକ ନମ୍ବର। ହେଲେ ପ୍ରଶାସନ ନିରବ।
ପଥର କାରିଗରୀ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ମଥୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର କିଛି ହାତ ଗଣତି ଶିଳ୍ପୀ ହିଁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।
ଏସ୍ପି ଅଫିସ୍ରେ ହୋଇଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଅନିରୁଦ୍ଧ ସିଂ ଓ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ ।
ଆସିକା ଚିନି କଳ କ୍ଷତିରେ ଚାଲିଛି। ଚିନି, ଗୁଡ଼, ଉତ୍ପାଦନ କରି ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଚିନି ଶିଳ୍ପ ଏବେ ପରିଚୟ ହରାଇବାକୁ ବସିଛି।
ଗ୍ରୀନ୍ ମାଉଣ୍ଟେନ୍ ବିଷୟରେ କିଛି ଜାଣିଛନ୍ତି । ଏହା ନିଜ ଭିତରେ ହିଁ ଏକ ନିଆରା ସ୍ଥାନ । ତେବେ ଏହି ମାଉଣ୍ଟେଟନରେ ରହିଛି ଏକ ଗାଁ । ଯାହା ବିଚିତ୍ରର ଅନ୍ୟନାମ କହିଲେ କିଛି ଭୁଲ୍ ହେବନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଗ୍ରୀନ ମାଉଣ୍ଟେଟନ ଓ ଏହାର ନିଆରା ଗାଁ । କଣ ରହିଛି ରହସ୍ୟ ଓ ବିଶେଷତ୍ତ୍ୱ...
ପଶୁମାନେ ମଧ୍ୟ ବେଳେ ବେଳେ ମଣିଷ ଭଳି ଆଚରଣ କରିଥାନ୍ତି। ମଣିଷ ଭଳି ସେ ମଧ୍ୟ ନିଜ ପ୍ରତି ହେଉଥିବା ଅତ୍ୟାଚାରର ତୁରନ୍ତ ଜବାବ ଦେଇଥାନ୍ତି । ପଶୁମାନେ କିଛି କହିପାରୁନଥିଲେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କିପରି ଜବାବ ଦେଉଛନ୍ତି ଏହିସବୁ ଭିଡିଓ ଗୁଡିକରେ ଦେଖିବାକୁ ମିଳିଛି ।
ଚକ୍ ଖଡ଼ିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କଳାକୃତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ତାଜମହଲ ଆଉ ଚାରମିନାରଠାରୁ ଆରମ୍ଭ କରି ଷ୍ଟେଚ୍ୟୁ ଅଫ ୟୁନିଟ୍ ପର୍ଯ୍ୟନ୍ତ ଚକ୍ ଖଡିରେ ଅତି ସୁନ୍ଦର ଖୋଦେଇ କରି ସୁକ୍ଷ୍ଣ ନିର୍ମାଣ କରିଛନ୍ତି।
ଏକ ଘରକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଏହି ଘରଟି ଏକ ଉଦ୍ୟାନରେ ନିର୍ମିତ ଏକ ଛୋଟ ଶେଡ୍ ଘର ପରି ଦେଖାଯାଏ। କିନ୍ତୁ ଏହାର ମୂଲ୍ୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।