ଦନ୍ତାକୁ ଇଞ୍ଜେକସନ୍ ଦେବାକୁ ଯାଇଥିଲେ। ବଣୁଆ ଦନ୍ତା ଖେପି ଆସି ପାଦରେ ଦଳିଦେଲା। ଆବଡ଼ାଖାବଡ଼ା ରାସ୍ତା ଥିବାରୁ ହଠାତ୍ ପଛକୁ ଫେରିପାରିଲେନି ବିଶେଷଜ୍ଞ ଟିମ୍ ସଦସ୍ୟ...ମେଡ଼ିକାଲ ନେଲା ବେଳକୁ ସବୁ ସରିଯାଇଥିଲା..ଦେଖନ୍ତୁ କେମିତି ଥିଲା ସେହି ସମୟର ଦୃଶ୍ୟ...
କାଉନସିଲର ହେବାକୁ ଇଚ୍ଛା କରିଥିଲେ ମ୍ୟାଡମ୍। ଟିକେଟ୍ ମିଳିଲା ନାହିଁ ବୋଲି ରାଗିକି ପଂଚମ ହେଲେ ମୁହଁ ଉପରକୁ ଫିଙ୍ଗିଦେଲେ ରିଜାଇନ୍ ଲେଟର୍, ନାରଣ ଇଏ କେଉଁ ଦଳର କିରେ?
ଶୌଚାଳୟ ନାଁରେ ଆସିଥିଲା ଟଙ୍କା। ହିତାଧିକାରୀଙ୍କୁ ମିଳିଲାନି...ପାଇଖାନା କଲେ। ହେଲେ କେଉଁଠି ଟାଙ୍କି କଲେନି ତ ପୁଣି କେଉଁଠି କବାଟ ଲଗାଇଲେନି...ବ୍ୟବହାର ହେବ କେମିତି?
ଖୋଲା ଆକାଶରେ ଷ୍ଟଣ୍ଟ୍ ଦେଉଛନ୍ତି ଦୁଇ ପକ୍ଷୀ। ଏହି ଭିଡିଓଟି ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ଏକ ବାସ୍ତବ ବୋଲି। ଆପଣ ନିଶ୍ଚିତ ଭାବିବେ ଯେ ଏହା କୌଣସି ଫିଲ୍ମ ସୁଟିଂର ଦୃଶ୍ୟ।
କୁନି ବାଘ ଶାବକଙ୍କୁ ଧରି କ୍ଷୀର ଖୁଆଉଥିବା ଦେଖିବାକୁ ମିଳିଛି।
ଦୁଇଜଣଙ୍କୁ ମିଳାମିଶା କେନ୍ଦ୍ର ତରଫରୁ ବୁଝାସୁଝା କରାଯାଇଥିଲା।
ବଜାରକୁ ଆସୁଛି ରୟାଲ୍ ଏନ୍ଫିଲ୍ଡର ୩୫୦ସିସିର ନୂଆ ବାଇକ୍। ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍, ପିଲାର ବ୍ୟାକରେଷ୍ଟ ସହିତ ରହିଛି ଆହୁରି ଅନେକ ଫିଚର୍।
ନାଲି ନାଲି ଷ୍ଟ୍ରବେରି ଦେଖିଲା ମାନେ ପାଟି ରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମନ ଜିଣେ ଷ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର ଅଧିକ ଥିବାରୁ ସମସ୍ତଙ୍କ ପାଇଁ କିଣିବା ସମ୍ଭବପର ହୋଇପାରେ ନାହିଁ ।
ଆସିକା ହରଡାପଦରର ଆନନ୍ଦଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ଆଉ ଏଇ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ।
୨୦ ଫୁଟ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି ସେ କହିଛନ୍ତି।
ମନ୍ଦିରରୁ ଚୋରି । ପୁରୀ ବୀରନରସିଂହପୁର ମନ୍ଦିରରେ କଳା କନା ବୁଲାଇଦେଲେ ଚୋର । ଚନ୍ଦନପୁର ଥାନା ଅଞ୍ଚଳରେ ଥିବା ବୀରନରସିଂହପୁରର ଗୋପୀନାଥଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତିକୁ ଚୋରି କରି ନେଇ ଯାଇଛନ୍ତି ।
ମାତାଲ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ସବୁଠି ନିର୍ବାଚନ ହିଂସା । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ଚୟନ ନେଇ ବିବାଦ ଉପୁଜିଛି । କଟକ ବଡ଼ପଟସୁନ୍ଦରପୁର ପଞ୍ଚାୟତରେ ନାଏବ ସରପଞ୍ଚ ଚୟନକୁ ନେଇ ବିବାଦ ଦେଖାଦେଇଛି । ସେହିପରି କେନ୍ଦୁଝର ଆନନ୍ଦପୁର ହାବଳେଶ୍ୱର ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ କରାଯାଇଛି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବଳିଭଣ୍ଡା ଗାଁ ନିକଟସ୍ଥ ଚଡ଼େଇଖିଆ ନାଳ । ଦୀର୍ଘ ଦିନ ହେବେ ନାଳ ଉପରେ ପାଦଚଲା ପୋଲଟିଏ ନିର୍ମାଣ ହୋଇନ ଥିବାରୁ ଏଠାକାର ୫ଟି ପଂଚାୟତର ଚାଷୀ ମାନେ ନାନା ହଇରାଣ ହରକତ ହେଉଛନ୍ତି
ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବିଶ୍ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି ।
ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।
ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲେ ବାପା-ମାଆ। ତିନି ଭାଇଭଉଣୀଙ୍କର ସବୁ ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ। କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି। ଯେତିକି ରୋଜଗାର ହେଲା ସେଇଥିଲେ ପାଠପଢାଠୁ ଖାଇବା ଖର୍ଚ୍ଚ ସବୁ ତୁଲାଉଛନ୍ତି। ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ ପୂରା ପରିବାର
ବାଟବଣା ହେଲା ଜାଗା ମିଶନ ଯୋଜନା। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଜାଗା ବାଣ୍ଟିଦେଲେ। କହିଲେ, ଭୂମିହୀନ ଏଇଠାରେ ରହିବେ...ଆଉ ଏବେ ରେଲୱେ କହୁଛି ଏଇଠୁ ଉଠ, ଅକଲ ଗୁଡ଼ୁମ୍ ହୋଇଗଲା ବସ୍ତି ଲୋକଙ୍କର...ସାମ୍ନାକୁ ଆସିଲା ଦୁର୍ନୀତିର ଭୟଙ୍କର ଚିତ୍ର
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ବୈଜ୍ଞାନିକମାନେ ବ୍ରହ୍ମାଣ୍ଡରେ ପୃଥିବୀ ପରି ଗ୍ରହ ଆବିଷ୍କାର କରିଛନ୍ତି। ସମ୍ପ୍ରତି ଏକ ଅନୁସନ୍ଧାନରୁ ପ୍ରକାଶ ପାଇଛି ଯେଉଁଥିରେ ଏହି କଥା କୁହାଯାଇଛି। ବୈଜ୍ଞାନିକମାନେ ଏହି ଗ୍ରହରେ ଜୀବନର ସମ୍ଭାବନା ପ୍ରକାଶ କରିଛନ୍ତି।
ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଭଲରେ ରହିବାକୁ ଚାହାନ୍ତି। ହେଲେ ସେମାନଙ୍କ ପାଖରେ ନଥାଏ ଏକ ସ୍ଥାୟୀ ଘର। ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ବହୁତଳ କୋଠା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ପୁଅ ତା’ ମାଆକୁ ଖୋଜୁଛି। ବିଶ୍ୱାସ କରାଯାଏ ଯେ, ମାଆ ପାଇଁ ପିଲା ପ୍ରେମଠାରୁ ଆଉ କିଛି ବଡ଼ ନୁହେଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।