• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଖୋଲା ଆକାଶରେ ଡେଣା ମେଲେଇ ଉଡୁଥିବା ପକ୍ଷୀମାନଙ୍କୁ କିଏ ବା ପସନ୍ଦ ନ କରେ। ଆପଣ ନିଶ୍ଚୟ ଅନେକ ସମୟରେ ଦେଖିଥିବେ ଯେ ପକ୍ଷୀମାନେ ମେଳ ମେଳ ହୋଇ ଆକାଶରେ ଉଡିବାର। ଏହି ସମୟରେ ସେମାନେ ଅନେକ ପ୍ରକାରର ଆକୃତି ତିଆରି କରିଥାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଏବେ ଯେଉଁ ଭିଡିଓ ଦେଖିବେ ତାହା ଆପଣଙ୍କୁ ସବୁକିଛି ଭୁଲେଇ ଦେବ। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ପକ୍ଷୀମାନଙ୍କ ଅନେକ ଭିଡିଓ ହୃଦୟକୁ ଛୁଇଁଯାଇଥାଏ। ଏହି ସବୁ ଭିଡିଓ ଯେତେ ଦେଖିଲେ ବି ବିରକ୍ତ ଲାଗେ ନାହିଁ। ଏହିସବୁ ଭିଡିଓ ବାରମ୍ବାର ଦେଖିବାକୁ ଇଛା ହୁଏ। ସେହିପରି ଏହି ରିପୋର୍ଟ ମାଧ୍ୟମରେ ଆପଣ ଆଜି ଏମିତି ଏକ ଭିଡିଓ ଦେଖିବାକୁ ପାଇବେ ଯାହା ଆପଣଙ୍କ ହୃଦୟକୁ କିଣିନେବ। ଆପଣା ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ହେବେ। ଥରେ ନୁହେଁ, ଏହାକୁ ବାରମ୍ବାର ଦେଖିବେ ଆଉ ଅନ୍ୟକୁ ବି ଦେଖେଇବେ।

ଏହି ଭିଡିଓଟି ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ଏକ ବାସ୍ତବ ବୋଲି। ଆପଣ ନିଶ୍ଚିତ ଭାବିବେ ଯେ ଏହା କୌଣସି ଫିଲ୍ମ ସୁଟିଂର ଦୃଶ୍ୟ। ଏହି ଭିଡିଓରେ ଆପଣ ଦେଖିବେ ଯେ ଗୋଟିଏ ପକ୍ଷୀ ଅନ୍ୟ ଏକ ପକ୍ଷୀ ଉପରେ ବସି ଆରାମରେ ଆକାଶ ଯାତ୍ରାକୁ ଉପଭୋଗ କରୁଥିବା ଦେଖାଯାଏ।

ଏହି ଭିଡିଓଟି ଏତେ ଆଶ୍ଚର୍ଯ୍ୟଜନକ ଯେ ଆପଣ ଭାବିବେ, ବୋଧହୁଏ କେହି ଏମାନଙ୍କୁ ଟ୍ରେନିଂ ଦେଇ ଏମିତି କରୁଛି। କାରଣ ଏହି ଦୁଇ ପକ୍ଷୀକୁ ଖୋଲା ଆକାଶ ତଳେ ପାଗକୁ ଉପଭୋଗ କରୁଥିବା ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରି ପାରିବେ ନାହିଁ। ନିଜ ପିଠିରେ ଗୋଟିଏ ପକ୍ଷୀର ଓଜନ ଉଠାଇବା ପରେ ମଧ୍ୟ ଦ୍ୱିତୀୟ ପକ୍ଷୀଟି ଆକାଶର ବାୟୁକୁ ଚିରି ଆରାମରେ ଉଡୁଛି।

ଭିଡିଓରେ ଦେଖାଯାଇଥିବା ଏହି ଦୃଶ୍ୟ ଏତେ ସୁନ୍ଦର ଯେ ଆପଣ ଏହାକୁ ନ ଦେଖି ଆଗକୁ ଯାଇପାରିବେ ନାହିଁ। ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଛି। ଖବର ଲେଖା ହେବା ଭିତରେ ଭିଡିଓଟିକୁ ୫୧ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଲୋକମାନେ ଏହି ଭିଡିଓକୁ ବହୁତ ଉତ୍ସାହର ସହିତ ଦେଖୁଥିବା ବେଳେ ସେମାନେ ବହୁତ ଭାବପ୍ରବଣ ମତାମତ ଦେଉଥିବା ଦେଖାଯାଏ।

ଏହି ମଜ୍ଜାଦାର ଭିଡିଓଟି ଦେଖୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ 'ପକ୍ଷୀମାନେ ଏୟାର ଟ୍ୟାକ୍ସି ଉପଭୋଗ କରୁଛନ୍ତି'। ଅନ୍ୟ ଜଣେ ମଧ୍ୟ ମତ ଦେଇଛନ୍ତି ଯେ 'ଲୋକମାନେ ମଧ୍ୟ ଫ୍ରି ରାଇଡ୍‌ର ଏଭଳି ମଜ୍ଜା ନିଅନ୍ତି।'