ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ।
୨୦ ଫୁଟ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି ସେ କହିଛନ୍ତି।
ଉତ୍ତର-ଦକ୍ଷିଣ-ପଶ୍ଚିମ । ଶ୍ରୀମନ୍ଦିରର ସବୁ ଦିଗରେ ଚାଲିଛି ଖୋଳା-ତାଡ଼ । କେଉଁଠି ୬ ଫୁଟ୍ ତ କେଉଁଠି ୧୨ ଫୁଟ୍ ଗଭୀର ଗାତ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ଚୌହଦିରେ ଏଭଳି ଖନନକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।
ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ