Advertisment

ନିର୍ବାଚନ ପରେ ବୃଦ୍ଧି ପାଉଛି ନିର୍ବାଚନୀ ହିଂସା

ସବୁଠି ନିର୍ବାଚନ ହିଂସା । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ଚୟନ ନେଇ ବିବାଦ ଉପୁଜିଛି । କଟକ ବଡ଼ପଟସୁନ୍ଦରପୁର ପଞ୍ଚାୟତରେ ନାଏବ ସରପଞ୍ଚ ଚୟନକୁ ନେଇ ବିବାଦ ଦେଖାଦେଇଛି । ସେହିପରି କେନ୍ଦୁଝର ଆନନ୍ଦପୁର ହାବଳେଶ୍ୱର ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ କରାଯାଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Controversy over Naib sarpanch selection

Controversy over Naib sarpanch selection

ନାଏବ ସରପଞ୍ଚ ଚୟନକୁ ନେଇ ବିବାଦ ଉପୁଜିଛି । କଟକ ବଡ଼ପଟସୁନ୍ଦରପୁର ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କୁ ଅଟକ ରଖି ଆନ୍ଦୋଳନ । ମଞ୍ଜୁ ଭୋଇ ଓ କୁଷ୍ଣଚନ୍ଦ୍ର ଭୋଇଙ୍କ ମଧ୍ୟରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ମଞ୍ଜୁଙ୍କ ସପକ୍ଷରେ ପଡ଼ିଥିବା ଗୋଟିଏ ଭୋଟ୍ ଖାରଜ ବୋଲି ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ବିଡିଓ । ହେଲେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପୁନଃ ଭୋଟିଂ ପାଇଁ ଦାବି ହୋଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ ।

Advertisment

 ସେହିପରି କେନ୍ଦୁଝର ଆନନ୍ଦପୁର ହାବଳେଶ୍ୱର ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୋଗ ଅନୁସାରେ ଗୋଟିଏ ପକ୍ଷ ନାଏବ ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକଙ୍କୁ ଅନ୍ୟପକ୍ଷ ଲୋକେ ମାଡ଼ ମାରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେବା ପରେ ନାଏବ ସରପଞ୍ଚ ଚୟନକୁ ସ୍ଥଗିତ ରଖାଯାଇଛିା  ଖବର ପାଇ ଆନନ୍ଦପୁର ଏସଡିପିଓ ସଦଳବଳେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସବୁଠି ନିର୍ବାଚନ ହିଂସା । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ଚୟନ ନେଇ ବିବାଦ ଉପୁଜିଛି । ନିକଟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ପଣସା ପଞ୍ଚାୟତର ଓ୍ୱାର୍ଡ ମେମ୍ବରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୧୨ ନମ୍ବର ଓ୍ୱାର୍ଡର ଓ୍ୱାର୍ଡ ମେମ୍ବର ମନୋଜ ରାଉତଙ୍କୁ କିଛି ଦୁର୍ବୁତ୍ତ ପଞ୍ଚାୟତ ଅଫିସ ପାଖରୁ ଅପହରଣ କରି ନେଇଥିବା ଜଣା ପଡିଥିଲା । 

Advertisment
Strike For Re-voting
Advertisment
Advertisment