/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647063693.jpg)
With No Bridge
ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଉ ଚାଷୀର ବିକାଶ ସାଧନ ପାଇଁ କେଉଁଠି ଚାଷୀଙ୍କୁ ସବସିଡ୍ ମିଳୁଛି ତ ଆଉ କେଉଁଠି ଚାଷୀଙ୍କୁ ସୁଲଭ ମୂଲ୍ୟରେ କୃଷି ସାମଗ୍ରୀ ଯୋଗାଇ ଦିଆଯାଇଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବଳିଭଣ୍ଡା ଠାରେ ଚାଷୀଙ୍କ ହିତ ପାଇଁ ଖୋଳା ଯାଇଥିବା ନାଳଟି ଏବେ କାଳ ସାଜିଛି । ଦୀର୍ଘ ଦିନ ହେବ ନାଳ ଉପରେ ପାଦଚଲା ପୋଲ ନିର୍ମାଣ ହୋଇ ନଥିବାରୁ ପାଖାପାଖି ୨ହଜାର ଏକର ଚାଷ ଜମି ପଡିଆ ପଡିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଥିବା ବେଳେ ଖୁବ ଶୀଘ୍ର ନାଳ ଉପରେ ପାଦଚଲା ପୋଲଟିଏ ନିର୍ମାଣ ପାଇଁ ଦାବି ହୋଇଛି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବଳିଭଣ୍ଡା ଗାଁ ନିକଟସ୍ଥ ଚଡ଼େଇଖିଆ ନାଳ । ଦୀର୍ଘ ଦିନ ହେବେ ନାଳ ଉପରେ ପାଦଚଲା ପୋଲଟିଏ ନିର୍ମାଣ ହୋଇନ ଥିବାରୁ ଏଠାକାର ୫ଟି ପଂଚାୟତର ଚାଷୀ ମାନେ ନାନା ହଇରାଣ ହରକତ ହେଉଛନ୍ତି । ସବୁଠୁବଡ଼ କଥା ହେଉଛି ଏହି ଚଢ଼େଇଖିଆ ନାଳ ଆରପଟେ ୨ହଜାର ଏକାର ଚାଷ ଜମି ରହିଥିବା ବେଳେ ତାହା ଏବେ ଚାଷ ନହୋଇ ପଡିଆ ପଡୁଛି । କାରଣ ଚାଷ ଜମିକୁ ହଳ ଓ ଜଳ ସେଚନ କରିବା ପାଇଁ କୌଣସି କୃଷି ଉପକରଣ ନେବା ସମ୍ଭବ ହୋଇପାରୁନାହିଁ । ଫଳରେ ଜମି ସବୁ ପଡିଆ ପଡୁଛି ।
ଚଢ଼େଇଖିଆ ନାଳ ଉପରେ ଏକ ପଦଚଲା ପୋଲଟିଏ ନିର୍ମାଣ ପାଇଁ ଏଠାକାର ଚାଷୀ ମାନେ ବାରମ୍ବାର ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ରାଜକନିକାର ଓଳାଭର,ପେଗଡ଼ପଡା, ନହୁଣୀ ଓ ବରୁଣା ଆଦି ପଂଚାୟତର ଚାଷୀ ମାନଙ୍କର ସହ ସହ ଏକର ଚାଷ ଜମି ରହିଛି । ଚାଷଜମିକୁ ଯାଆ ଆସ କରିବା ପାଇଁ ପାଦଚଲା ପୋଲଟିଏ ନଥିବାରୁ ଦିନକୁ ଦିନ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । କୃଷି ବିଭାଗ ପକ୍ଷରୁ ମହିଳା ଚାଷୀମାନଙ୍କୁ ବିଭିନ୍ନ ଯନ୍ତ୍ରାଂଶ ମିଳିଥିଲେ ମଧ୍ୟ ତାହା କାମରେ ନଲାଗି ନଷ୍ଟ ହେବାକୁ ବସିଲାଣି । ଅନ୍ୟପକ୍ଷରେ ଏହି ସମସ୍ୟା ନେଇ ବିଭାଗ ଅବଗତ ଅଛି ଓ ପ୍ରୋଜେକ୍ଟର ଡ୍ରଇଂଙ୍ଗ ଓ ଡ଼ିଜାଇନିଂ ସରିଯାଇଛି ଓସିସି ଖୁବଶୀଘ୍ର କାମ ଆରମ୍ଭ କରିବ ବୋଲି ରାଜକନିକା ଜଳସମ୍ପଦ ବିଭାଗର ଏସଡିଓ କହିଛନ୍ତି ।
କେବେ ଚଢେଇଖିଆ ନାଳ ଉପରେ ପାଦଚଲା ପୋଲ ନିର୍ମାଣ ହେବ ଆଉ ଚାଷୀ ମାନେ ତାର ସୁଫଳ ପାଇବେ ସେ ସମୟକୁ ହିଁ ଚାହିଁ ବସିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)