• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।୧୨ ବର୍ଷର ନାବାଳିକା ଏକା ଥିବା ବେଳେ ତୋଫାନ କୁମାର ଘରେ ଜେନା ପଶି ଦୁଷ୍କର୍ମ କରିଥିଲା । ୧୪ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଏହି ଦଣ୍ଡଦେଶ ଶୁଣାଇଛନ୍ତି ।

ମାମଲାକୁ ନେଇ ସ୍ୱତନ୍ତ୍ର ସରକାରୀ ଓକିଲ ବିଶ୍ୱଜିତ ରାୟ କହିଛନ୍ତି ଯେ, ଆଶାମୀ ତୋଫାନ କୁମାର ଜେନାଙ୍କୁ ଭାରତୀୟ ଦଣ୍ଡବିଧ ଆଇନ୍‌ ୩୭୬ A,B ଦଫାରେ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ସହ ୨୦ ହଜାର ଜୋରିମାନା ଦେବାକୁ ପଡିବ । ଯଦି ସେ ଏହି ଜୋରିମାନା ନ ଦେବେ ତେବେ ତାଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ଦଣ୍ଡାଦେଶ ଦିଆଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now