• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟଙ୍କ ମୃତ । ପୁଣି ଢ଼େଙ୍କାନାଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ବିଶ୍ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି । ଆହତ ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ବିଶ୍ରଞ୍ଜନ ଆଣ୍ଟିବାୟୋଟିକ ଇଞ୍ଜେକସନ ଦେଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଢେଙ୍କାନାଳ ମେଡିକାଲ ଓ ପରେ କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, ଆହତ ଦନ୍ତାଟି ସଦର ରେଞ୍ଜର ଗହମଖୁଣ୍ଟି ନିକଟରେ ବୁଲୁଛି । ମାସେ ତଳେ ଏହି ଦନ୍ତା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଥିଲେ । ହାତୀର ଡାହାଣ ପଟ ପଛ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ଏବେ ଦୂରରୁ ବନ୍ଧୁକ ଦ୍ୱାରା ଇଞ୍ଜେକସନ ଦିଆଯାଇ ଚିକିତ୍ସା କରାଯାଉଛି । କୌଣସି ସୁଫଳ ନ ମିଳିଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି ।