Advertisment

ପକ୍ଷୀଙ୍କ ପାଇଁ ତିଆରି କରିଦେଲେ ଲକ୍‌ଜୁରିଅସ୍ ଘର

ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଭଲରେ ରହିବାକୁ ଚାହାନ୍ତି। ହେଲେ ସେମାନଙ୍କ ପାଖରେ ନଥାଏ ଏକ ସ୍ଥାୟୀ ଘର। ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପାଇଁ ବହୁତଳ କୋଠା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
The man made a luxurious building for the birds

The man made a luxurious building for the birds

ଏ ପୃଥିବୀରେ ମଣିଷ ବ୍ୟତୀତ ଅନ୍ୟ ଜୀବ ଜନ୍ତୁ ମଧ୍ୟ ବାସ କରନ୍ତି। ଆମ ଭଳି ସେମାନେ ମଧ୍ୟ ବଞ୍ଚିବା ନେଇ ପ୍ରକୃତିର ସାହାରା ନିଅନ୍ତି। କିନ୍ତୁ ଫରକ ଏତିକି ଯେ ଆମ ଭଳି ସେମାନଙ୍କ ପାଖରେ ରହିବା ପାଇଁ ଘର ନାହିଁ। ଏମିତିରେ ତ ପଶୁ ପକ୍ଷୀମାନେ ଜଙ୍ଗଲରେ ରୁହନ୍ତି, କିନ୍ତୁ ଦୁର୍ଭାଗ୍ୟର କଥା ଯେ ମାନବ ମଧ୍ୟ ନିଜର ସ୍ୱାର୍ଥ ନେଇ ଜଙ୍ଗଲ ନଷ୍ଟ କରି ଚାଲିଛି। ଏନେଇ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Advertisment

ତଥାପି ମଧ୍ୟ ଏଠି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଓ ସେମାନଙ୍କ ସୁରକ୍ଷାର ବ୍ୟବସ୍ଥା କରୁଛନ୍ତି। ସରକାର ମଧ୍ୟ ସେମାନଙ୍କ ପାଇଁ ଏକ ଅଲଗା ଆଇନ କରୁଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ପକ୍ଷୀଙ୍କ ପାଇଁ ବହୁ ମହଲା କୋଠା ନିର୍ମାଣ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଏହା ଦେଖିବାକୁ ମିଳେ ଯେ ମଣିଷଙ୍କ ଅଟ୍ଟାଳିକା ପରି ପକ୍ଷୀମାନଙ୍କ ପାଇଁ ଏକ କୋଠା ମଧ୍ୟ ତିଆରି କରାଯାଇଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

Advertisment

ଭାଇରାଲ୍‌ ହେଉଥିବା ଏହି ଫଟୋକୁ ACPAshishKumar ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଏହି ଫଟୋ ସହିତ ଏକ କ୍ୟାପସନ୍ ମଧ୍ୟ ଶେୟାର କରିଛନ୍ତି। କ୍ୟାପ୍‌ସନ୍‌ରେ ଲେଖା ଅଛି ଯେ ଏହି ମଣିଷ ପକ୍ଷୀମାନଙ୍କ ପାଇଁ ବସା ତିଆରି କରି ଅନେକ ପକ୍ଷୀଙ୍କୁ ଆଶ୍ରୟ ଦେଇଛନ୍ତି।

ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନେକ ମତ ମଧ୍ୟ ଦେଖିବାକୁ ମିଳେ। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ‘ ଏହା ବହୁତ ଭଲ ଆଇଡିଆ’। ଅନ୍ୟ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ କହିଛନ୍ତି ଯେ ‘ଏହା ପ୍ରକୃତରେ ଏକ ଆକର୍ଷଣୀୟ ଫଟୋ’ ବୋଲି କହିଛନ୍ତି।

Ajab Gajab
Advertisment
Advertisment