• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାନ୍ଥରୁ ମାଟି ଖସିଲାଣି, ଛାତ ଫାଟି ରଡ୍‌ ଦେଖାଗଲାଣି । ଝରକା ଟିଣ ବଙ୍କା ହୋଇଗଲାଣି। କେତେବେଳେ ଯେ ଛାତ ଗଳି ତଳେ ପଡ଼ିଯିବ ତାହା କେହି କହିହେବ ନାହିଁ । ହେଲେ ପିଲାମାନେ ନିରୁପାୟ । ସ୍କୁଲ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ଏଠାରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏସବୁ ସତ୍ତ୍ୱେ ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି ପିଲା ।

ଆସିକା ହରଡାପଦରର ଆନନ୍ଦଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ଆଉ ଏଇ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। ଆଉ ସ୍କୁଲର ଏମିତି ଅବସ୍ଥା ପାଇଁ ଏବେ ଗୋଟିଏ ଶ୍ରେଣୀରେ ଦୁଇ ଦୁଇଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଗୋଟିଏ ପଟେ ସ୍କୁଲର ଅବସ୍ଥା ଏମିତି ଆଉ ସେପଟେ ଶିକ୍ଷକ ନଥିବାରୁ ପାଠ ପଢାରେ ଭୟଙ୍କର ବ୍ୟାଘତ ହେଉଛି ।

ପିଲାଙ୍କ ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଶିକ୍ଷାଦାନ ପାଇଁ କମ୍ପୁଟରୀକରଣ ବ୍ୟବସ୍ଥା କରି ଉନ୍ନତି ମାନର ଡିଜିଟାଲ ଶିକ୍ଷା, ଲାଇବ୍ରେରୀ, ଖେଳପଡିଆ ଓ ସୌନ୍ଦର୍ଯ୍ୟ କରଣ ଉପରେ ଧ୍ୟାନ ଦିଆଯାଉଛି । ଗତବର୍ଷ ୫ଟି ଅଧିନରେ ଶିକ୍ଷା ବିଭାଗ ଦ୍ୱାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନଏସି ଓ ବ୍ଳକରେ ଗଣ୍ଡା ଗଣ୍ଡା ସ୍ମାର୍ଟ ସ୍କୁଲ ଉଦଘାଟନ କରାଯାଇଥିଲା । ଶିକ୍ଷାର ବିକାଶ ପାଇଁ ଯଦିଓ ସ୍ମାର୍ଟ କ୍ଳାସର ଉଦ୍ଦେଶ୍ୟ ରହିଛି ।

ତେବେ ହରଡାପଦର ଭଳି ଶତାୟୁ ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହି ଯାଇଥିବାରୁ ବିଦ୍ୟର୍ଥି ଓ ଅବିଭାବକ ମହଲରେ ବ୍ୟାପକ ଅସୋନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି ।

ଆସିକାରୁ ମନୋଜ ମୁନୀଙ୍କ ରିପୋର୍ଟ, ଓଟିଭି