ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାର ଆଦିପୁର, ପଦ୍ମପୁର ସ୍ଥିତ ବୈତରଣୀ ଏବଂ ଭଣ୍ଡନ ନଦୀର ମିଶ୍ରଣ ସ୍ଥଳ । ଦୁଇଟି ନଦୀର ମୁହାଣ ମିଶି ଥିବାରୁ ଏହାକୁ ଦୋ-ମୁହାଣୀ ବୋଲି ସ୍ଥାନୀୟ ଲୋକେ କହନ୍ତି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବଳିଭଣ୍ଡା ଗାଁ ନିକଟସ୍ଥ ଚଡ଼େଇଖିଆ ନାଳ । ଦୀର୍ଘ ଦିନ ହେବେ ନାଳ ଉପରେ ପାଦଚଲା ପୋଲଟିଏ ନିର୍ମାଣ ହୋଇନ ଥିବାରୁ ଏଠାକାର ୫ଟି ପଂଚାୟତର ଚାଷୀ ମାନେ ନାନା ହଇରାଣ ହରକତ ହେଉଛନ୍ତି
ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ।