• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ ବୀରନରସିଂହପୁର ମନ୍ଦିରରେ କଳା କନା ବୁଲାଇଦେଲେ ଚୋର । ଚନ୍ଦନପୁର ଥାନା ଅଞ୍ଚଳରେ ଥିବା ବୀରନରସିଂହପୁରର ଗୋପୀନାଥଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତିକୁ ଚୋରି କରିଛନ୍ତି ଦୃର୍ବୁତ୍ତ ।

ସୂଚନା ଅନୁସାରେ, ମନ୍ଦିରରୁ ମୋଟ ୫ଟି ମୂର୍ତ୍ତି ଚୋରି ହୋଇଛି । ବହୁ ପୁରାତନ ଅଷ୍ଟଧାତୁ ମୂର୍ତ୍ତି ଦୋଳଗୋବିନ୍ଦ, ମଦନମୋହନ, କନକ ଦୁର୍ଗା, ବନ ଦୁର୍ଗା, ଲୋକନାଥ ଆଦି ମୂର୍ତ୍ତି ଚୋରି ହୋଇଛି । ଏହା ବ୍ୟତୀତ ମନ୍ଦିରରେ ଥିବା ବହୁ ସୁନା, ରୁପା ଗହଣାକୁ ମଧ୍ୟ ଚୋରି କରାଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ସେଠାକାର ଜଣେ ସେବକ କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ପ୍ରାଚୀନ ମୂର୍ତ୍ତିର ଅନେକ ମୂଲ୍ୟ ରହିଥିବାରୁ ଚୋରମାନେ ମନ୍ଦିର ଗୁଡିକରୁ ମୂର୍ତ୍ତି ଚୋରି କରୁଛନ୍ତି । ଯାହା ପରେ ସେମାନେ ବହୁମୂଲ୍ୟ ମୂର୍ତ୍ତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଉଛନ୍ତି । ଏନେଇ ପୋଲିସ୍‌ ପକ୍ଷରୁ କଡାକଡ଼ି ନଜର ରଖିବା ଆବଶ୍ୟକ । ଏହିପରି ଭାବେ ଜାରି ରହିଲେ ଆଗାମୀ ଦିନରେ ଶ୍ରୀମନ୍ଦିରରୁ ମଧ୍ୟ ବହୁମୂଲ୍ୟ ମୂର୍ତ୍ତି ଚୋରି ହେବାର ସମ୍ଭାବନା ରହିଛି ।

ପୂର୍ବରୁ ମଧ୍ୟ ୨ ଦିନ ତଳେ ଜିଲ୍ଲାର ଶ୍ରୀମୁକୁନ୍ଦପୁର ମନ୍ଦିରରୁ ଚୋରି ହୋଇଥିଲା । ଶ୍ରୀମୁକୁନ୍ଦପୁରରେ ଥିବା ୫୦୦ ବର୍ଷର ପୁରୁଣା ଈଶାନେଶ୍ୱର ମନ୍ଦିରରୁ ଦୁର୍ବୃତ୍ତ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଥିଲେ ।