/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647019166.jpg)
Child point out his mother from many women
ମାଆ ଓ ପିଲାର ବନ୍ଧନ ମମତାର ରଜୁରେ ବନ୍ଧା। ପିଲାଟି ଯେଉଁଠି ବି ଥାଉନା କାହିଁକି ନିଜ ମା’କୁ ହିଁ ଝୁରେ। ଖାଲି ସେତିକି ନୁହେଁ ତା’ ଠାରୁ ମା’କୁ ଯେତେ ଲୁଚେଇ ରଖିଲେ ବି ସେ ଖୋଜିଦିଏ। ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ପୁଅ ତା’ ମାଆକୁ ଖୋଜୁଛି। ବିଶ୍ୱାସ କରାଯାଏ ଯେ, ମାଆ ପାଇଁ ପିଲା ପ୍ରେମଠାରୁ ଆଉ କିଛି ବଡ଼ ନୁହେଁ।
ହୃଦୟକୁ ଛୁଇଁ ଦେଉଥିବା ଏହି ଭିଡିଓରେ ଜଣେ ମା’ ନିଜ ପିଲାକୁ ଦ୍ୱନ୍ଦରେ ପକାଇବା ପାଇଁ ଅନେକ ମହିଳାଙ୍କ ସହିତ ବସିଥିବା ଦେଖାଯାଏ। ସମସ୍ତେ ସମାନ ରଙ୍ଗର ପୋଷାକ ପିନ୍ଧିଛନ୍ତି। ସାମ୍ନାରେ ବସିଥିବା ମହିଳାମାନେ ପିଲାଟିକୁ ନିଜ ପାଖକୁ ଡାକୁଛନ୍ତି। କିନ୍ତୁ ପିଲାଟି ତା’ର ମାଆକୁ ଖୋଜୁଛି। ପିଲାଟି ନିଜ ମାଆ ପାଖକୁ ଯିବାକୁ ଯଥାସମ୍ଭବ ଚେଷ୍ଟା କରୁଛି।
ଭିଡିଓରେ ଚାରିଜଣ ମହିଳା ଏକା ପ୍ରକାର ଶାଢୀ ପିନ୍ଧି ବସିଥିବା ନଜର ଆସିଛନ୍ତି। ସେମାନେ ନିଜ ନିଜ ମୁହଁକୁ ଓଢଣୀରେ ଲୁଚେଇ ରଖିଛନ୍ତି। ଠିକ୍ ଏତିକି ବେଳେ ଜଣେ କୁନି ପୁଅ ସେମାନଙ୍କ ପାଖକୁ ଯିବା ମାତ୍ରେ ସେମାନଙ୍କ ପାଖରେ ଏପଟ ସେପଟ ହେବାକୁ ଲାଗେ। ପିଲାଟି ମାମା ମାମା ଡାକି ନିଜ ମାଆକୁ ଖୋଜିବାକୁ ଚେଷ୍ଟା କରେ। ତେବେ ସେ ପ୍ରଥମେ ଭୁଲ୍ କରି ନିଜ ମାଆକୁ ଚିହ୍ନି ନ ପାରି ଅନ୍ୟ ଜଣେ ମହିଳାଙ୍କ କୋଳକୁ ପଳେଇଯାଏ। କିନ୍ତୁ ସେ ସାଙ୍ଗେ ସାଙ୍ଗେ ଜାଣିପାରେ ଯେ ସେ ତା’ ମାଆ ନୁହେଁ। ପରେ ସେ ସେ ମହିଳାଙ୍କ କୋଳରୁ ଫେରିଆସେ।
ତା’ପରେ ସେ ପୁଣି ନିଜ ମାଆକୁ ଖୋଜିବାକୁ ଲାଗେ। କିଛି ସମୟ ପରେ ସେ ନିଜ ମାଆକୁ ଖୋଜି ନେବାରେ ସଫଳ ହୋଇଯାଏ ଏବଂ ସେହି ମହିଳାଙ୍କ କୋଳକୁ ଯାଇ ଖୁସି ହୋଇଯିବା ଦେଖାଯାଏ। ପିଲାଟିର ମାଆ ବି ହସି ହସି ତାକୁ କୋଳକୁ ନେଇଯାଏ।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ status.fan.tranding ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ପୋଷ୍ଟ୍କୁ ଖବର ଲେଖା ହେବା ପର୍ଯ୍ୟନ୍ତ ୬୦୯k ରୁ ଅଧିକ ଲାଇକ୍ ମିଳିସାରିଥିବା ବେଳେ ପ୍ରାୟ ୨୦ ମିଲିୟନ୍ ଉପରେ ଭିୟୁ ମିଳିସାରିଥିଲା। ଏହି ଭିଡିଓଟି ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ନେନିଜେନ୍ସମାନେ ମା-ପିଲାର ଏହି ବନ୍ଧନକୁ ନେଇ ନିଜର ମତ ଦେଉଛନ୍ତି। ଜଣେ ନେଟିଜେନ୍ ଲେଖିଛନ୍ତି, ଏହାକୁ ମାଆ ଓ ପିଲାର ସମ୍ପର୍କ କୁହାଯାଏ। ଅନ୍ୟ ଜଣେ କହିଛନ୍ତି, 'ଜଣେ ମାଆର ବାସ୍ନା ହିଁ ଅଲଗା ଅଟେ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)