ଲୁ ନାଁରେ ମହାଲୁଟ୍ । ମୁକ୍ତା ଯୋଜନାରେ ବିରାଟ ଘୋଟାଲା । ଅଧାରୁ ଅଧିକ ଟଏଲେଟ୍ କାମ କରୁନି
ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।
ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ କେବେ ଜାଣିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। କୋରାପୁଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଶୌଚାଳୟ ନାଁରେ ଆସିଥିଲା ଟଙ୍କା। ହିତାଧିକାରୀଙ୍କୁ ମିଳିଲାନି...ପାଇଖାନା କଲେ। ହେଲେ କେଉଁଠି ଟାଙ୍କି କଲେନି ତ ପୁଣି କେଉଁଠି କବାଟ ଲଗାଇଲେନି...ବ୍ୟବହାର ହେବ କେମିତି?
ଜଙ୍ଗଲ ମଧ୍ୟରେ ଲୁଚିବାକୁ ବସିଲାଣି ଏହି ସବୁ ଶୌଚାଳୟ । କେଉଁଠି ଲଟା ମାଡି ଗଲାଣି ତ ଆଉ କେଉଠି ମଦୁଆଙ୍କ ଆଡା ଜମିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।