କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ତିଆରି କରିଦେଲେ ହେଲେ କାମରେ ଆସିଲାନି । ତାତିଲେଣି ଲୋକେ...ସିଧା ସିଧା କହୁଛନ୍ତି ସ୍କୁଲ କରିବନି ଯଦି ଆମକୁ ଦିଅ...ଆମେ ଛେଳି କି କୁକୁଡ଼ା ଫାର୍ମ କରିଦେବୁ।
ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ଶୁଣ୍ଢିପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ।
ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍ ବସିଛି ପ୍ରଶାସନ
ଆସିକା ହରଡାପଦରର ଆନନ୍ଦଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ଆଉ ଏଇ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ।
ଏ କେମିତିକା ସ୍କୁଲ? ପାଦେ ପାଦେ ରହିଛି ବିପଦ...ଛାତ ଫାଟି ଆଁ କଲାଣି। ଗୋଟିଏ ଶ୍ରେଣୀରେ ପଢୁଛନ୍ତି ଦୁଇ ଦୁଇ ଶ୍ରେଣୀର ପିଲା। ଝରକା ଟିଣ ଭାଙ୍ଗି ବଙ୍କା ହେଲାଣି...ଆଉ ଏମିତି ବିପଦରେ ପଢୁଛନ୍ତି ପିଲା। ସ୍କୁଲ ଅବସ୍ଥା ଦେଖି ବାପା-ମା ବି ପିଲାଙ୍କୁ ଛାଡ଼ିବାକୁ ନାରାଜ। ହେଲେ ଚେଇଁ ଶୋଇଛି ପ୍ରଶାସନ