Advertisment

ଏଡାଇଦେଇ ଚାଲିଗଲା ମାଆ ବାଘୁଣୀ, କୋଳେଇ ନେଲା ମଣିଷ

କୁନି ବାଘ ଶାବକଙ୍କୁ ଧରି କ୍ଷୀର ଖୁଆଉଥିବା ଦେଖିବାକୁ ମିଳିଛି।

author-image
Chandan Shishu
Tiger Kid

tiger kid

ଜନ୍ମଦେଲା, ହେଲେ କୋଳକୁ ନେଲାନି ତିନି ସାବକଙ୍କୁ ଜନ୍ମ ଦେଇ ଆଦରିଲାନି ମା ବାଘୁଣୀ ରୁପା। ଶେଷରେ ଶାହା ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କିପର ବହୁ ବିଚାର ବିମର୍ଷ ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କିପରଙ୍କ କୋଳରେ ତିନି ଶାବକଙ୍କୁ ଦେଇଛନ୍ତି। ଗତକାଲି ନନ୍ଦନକାନନରେ ବାଘୁଣୀ ରୁପା ତିନି ଶାବକଙ୍କୁ ଜନ୍ମ ଦେଇଥିଲା।

Advertisment

ତେବେ କୁନି ସାବକଙ୍କୁ ବାଘୁଣୀ କୋଳକୁ ନନେବାରୁ ତାକୁ କିପର ଏବେ ଲାଳନପାଳନ କରୁଛନ୍ତି କିପର। ନିଜେ କୁନି ବାଘ ଶାବକଙ୍କୁ ଧରି କ୍ଷୀର ଖୁଆଉଥିବା ଦେଖିବାକୁ ମିଳିଛି। ପ୍ରଥମ ଗର୍ଭରେ ଛୁଆକୁ ଗ୍ରହଣ ନକରିବାର ଅନେକ ନଜରି ରହିଛି। ତେଣୁ ରୁପା ବାଘୁଣୀର ତିନି ଶାବକଙ୍କ ଦାୟିତ୍ୱ ଜଣେ କିପରଙ୍କ ହାତରେ ଦିଆଯାଇଛି। ଏବେ ପ୍ରତି ୨ ଘଣ୍ଟାରେ ୧୦ ଏମ୍ଏଲ୍‌ଏ କ୍ଷୀର ଦିଆଯାଉଛି। ବାଘ ଶାବକଙ୍କୁ ତାହାସହ ସେମାନଙ୍କୁ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଉଛି।

Advertisment
Advertisment