/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647054607.jpg)
Dhinkia case
ଜଗତସିଂହପୁର: ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗତ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।
ଅନ୍ୟପଟେ ଗିରଫଦାରୀ ଭୟରେ ଗାଁକୁ ଫେରିପାରିନଥିବା ୩୦ଜଣଙ୍କ ଚିଠା ଦାଖଲ କରିବାକୁ ଆବେଦନାକାରୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦେଶ ହୋଇଛି । ସେହିପରି ଜାନୁଆରୀ ୧୪ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଓ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଏହି ତଥ୍ୟ ଦେବାକୁ ଜଗତସିଂହପୁର SPଙ୍କୁ କୋର୍ଟ କହିଛନ୍ତି । ଆସନ୍ତା ଏପ୍ରିଲ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ପୂର୍ବରୁ ଜଗତସିଂହପୁର ଢିଙ୍କିଆରେ ଜନଶୁଣାଣି ବେଳେ ଉତ୍ତେଜନା ଦେଖାଯାଇଥିଲା । ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆରେ ପହଞ୍ଚି ଶୁଣାଣି କରିଥିଲେ । କମିଟି ସହ ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହିଥିଲେ। ଆଧାର କାର୍ଡ ଦେଖି ଲୋକଙ୍କୁ ପୋଲିସ ଶିବିରକୁ ଛଡାଯାଇଥିଲା । ପ୍ରଶାସନ, ପୋଲିସ ଓ କମ୍ପାନୀ ବିରୋଧରେ ଯାହାର ଯାହା ମତାମତ ଅଛି, ସେସବୁ ରଖିଥିଲେ ଢିଙ୍କିଆବାସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)