• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦ ପିଇ ହୋସରେ ନଥିଲେ ବିଧାୟକ ବାବୁ । ମାତାଲ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ବ୍ଲକ ନିକଟରେ ନୀରିହ ଲୋକଙ୍କ ଉପରେ ସେ ଗାଡ଼ି ମଡ଼ାଇ ଦେଇଛନ୍ତି । ତେବେ ଗାଡ଼ି ମଡ଼ାଇ ଦେବାରୁ ଉତକ୍ଷିପ୍ତ ଲୋକେ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଲୋକଙ୍କ ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଯାଇଛନ୍ତି । ନିର୍ଘାତିଆ ମାଡ଼ରେ ରକ୍ତାକ୍ତ ହୋଇପଡ଼ିଛନ୍ତି । ତାଙ୍କୁ ପୋଲିସ୍ ଉଦ୍ଧାର କରି ତାଙ୍କର ଗାଡ଼ିର ମଧ୍ୟ ଅବସ୍ଥା ନାହିଁ । ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର ହୋଇରଇଛି । ଗାଡ଼ିକୁ ଓଲଟାଇ ଦେବା ସହ ପଥରରେ ଛେଚିଦେଇ ଭାଙ୍ଗି ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରିଛନ୍ତି ।

ବ୍ଲକ ଆଗରେ ଭିଡ଼ ଭିତରକୁ ବିଧାୟକଙ୍କ ଗାଡ଼ି ଧସେଇ ପଶିଥିଲା । ଆଉ ଏହି ଗାଡ଼ି ଧକ୍କାରେ ୨ ପୋଲିସ୍ କର୍ମଚାରୀ ସମେତ ୨୫ ଜଣ ଗୁରୁତର ହୋଇଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

’ ଶ୍ରୀଯୁକ୍ତ ଜଗଦେବ ବାବୁ ଆଲକହଲ୍ ପିଇ ନିଜ ଗାଡ଼ିରେ ପାଞ୍ଚ ଜଣଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ । ଜଣେ ମରିବ କି ବଞ୍ଚିବ ଜଣାନାହିଁ । ଜଣେ ମହିଳା ପୋଲିସ ଉପରେ ମଧ୍ୟ ମାତାଲ ବିଧାୟକ ବାବୁ ଗାଡ଼ି ମଡ଼ାଇ ଦେଇଛନ୍ତି । ଅନ୍ୟ ଜଣେ ପୋଲିସ୍‌ କର୍ମୀ ଜଗଦେବଙ୍କ ଗାଡ଼ି ତଳେ ଦବି କି ଥିଲେ । ପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ଲୋକଙ୍କୁ ଗାଡ଼ି ମଡ଼ାଇଥିବା ଲୋକଙ୍କୁ କିପରି ପୋଲିସ୍‌ ପ୍ରଶାସନ ଉଦ୍ଧାର କରି ପ୍ରୋଟେକ୍ଟ କରୁଛନ୍ତି ବୋଲି ଜଣେ ସାଧାରଣ ଲୋକ କହିଛନ୍ତି । ’

ସେପଟେ ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ମଡ଼ାଇ ଦେବା ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା କଥା ସେ କହିଛନ୍ତି । ଲୋକଙ୍କ ଉପରେ ରାଗ ରଖି ତଥା ଡରାଇବା ପାଇଁ ସେ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତିର ହୋଇପାରେନା । ଏପରି ଲୋକର ସ୍ଥାନ କେବଳ ଜେଲରେ । ତାଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆଶା ବୋଲି ପୃଥ୍ବୀରାଜ କହିଛନ୍ତି ।