Advertisment

ଲୋକ ଅଦାଲତରେ ମିଶିଗଲା ମନ

ଦୁଇଜଣଙ୍କୁ ମିଳାମିଶା କେନ୍ଦ୍ର ତରଫରୁ ବୁଝାସୁଝା କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Husband-wife settled Lok Adalat

Husband-wife settled Lok Adalat

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧିରେ ଧିରେ ବଢିବାରେ ଲାଗିଛି ଘରୋଇ ହିଂସା। ଛୋଟ ଛୋଟ କଥାକୁ ନେଇ ଘଟୁଛି ବଡ ବଡ ହିଂସାକାଣ୍ଡ। ସ୍ୱାମୀ,ସ୍ତ୍ରୀ ଭିତରେ ଝଗଡା ଓ ମାମଲା କୋର୍ଟକୁ ଯିବା ସାଧାରଣ କଥା ହୋଇଗଲାଣି। କିନ୍ତୁ କୋର୍ଟରେ ଏମତି ମାମଲା ଦୀର୍ଘ ସମୟ ଧରି ବିଚାରଧିନ ରହୁଥିବାରୁ ନ୍ୟାୟ ପାଇବାରୁ ବଂଚିତ ହୁଅନ୍ତି ସାଧାରଣ ଲୋକେ। କୋର୍ଟମାନଙ୍କରେ ଅଧିକାଂଶ ମାମଲା ସମାଧାନ ହୋଇନପାରି ବର୍ଷ ବର୍ଷ ଧରି  ବିଚାରଧିନ ରହିଥାଏ। ଯାହା ଫଳରେ ଉଭୟ ପକ୍ଷ ଖର୍ଚ୍ଚାନ୍ତ ହୁଅନ୍ତି । ବିଶେଷକରି ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଆନ୍ତି। କିନ୍ତୁ ଏଭଳି ଏକ ପାରିବାରିକ ମାମଲା, ଯେଉଁଠି ଲୋକଅଦାଲତରେ ଆପୋଷ ବୁଝାମଣାରେ ସମାଧାନ ହୋଇପାରିଛି। ଦୀର୍ଘ ଦିନ ଧରି ଅଲଗା ରହୁଥିବା ସ୍ୱାମୀ,ସ୍ତ୍ରୀଙ୍କୁ ଏକାଠି କରିବାରେ ସଫଳ ହୋଇଛି ବଲାଙ୍ଗିରର ଲୋକଅଦାଲତ। 

Advertisment

ଆଜି ବଲାଙ୍ଗିର ସିଭିଲକୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା ଜାତୀୟ ଲୋକ ଅଦାଲତ। କୋର୍ଟ ଭିତରେ ଚାଲିଛି ଲାଇଭ ବିଚାର। ଜିଲ୍ଲା ଜଜ ଲୋକନାଥ ମହାପାତ୍ର, ଏସଡିଜେଏମ, ଫ୍ୟାମିଲି କୋର୍ଟର ଜଜ ଏବଂ ଡିଏଲଏସଏଙ୍କ ଉପସ୍ଥିତିରେ ଚାଲିଥିଲା ବିଚାର। ଜଜଙ୍କ ସାମ୍ନାରେ ଉପସ୍ଥିତ ଥିଲେ ସ୍ୱାମୀ,ସ୍ତ୍ରୀ। ଆଗକୁ ଆଉ ଝଗଡା ହେବୁ ନାହିଁ, ମିଳିମିଶିକି ରହିବୁ ବୋଲି କହିଲେ ସ୍ୱାମୀ,ସ୍ତ୍ରୀ। ତାପରେ ଫାଇଲକୁ କ୍ଲୋଜ କରୁଛି କହିଥିଲେ ଜଜ୍। ଏବେ ଆସନ୍ତୁ ନଜର ପକାଇବା ଏହି ଲାଇଭ ବିଚାର ଉପରେ। 

ଗତ ୨୦୦୮ ମସିହାରେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଏଁଲାତୁମା ଗାଁର ଅକ୍ଷୟ ପଶାୟତ ଏବଂ ପୁଇଁନ୍ତଲା ଥାନା ବାହାଲବୁକା ଗାଁର ମମତା ବାରିକଙ୍କ ଭିତରେ ବାହାଘର ହୋଇଥିଲା। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଗତ କିଛି ମାସ ତଳେ ଯୌତୁକ ଦିଆନିଆ ଘଟଣାକୁ ନେଇ ଉଭୟ ସ୍ୱାମୀ,ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା।

Advertisment

ପୁଇଁନ୍ତଲା ଥାନାରେ ଗତ ଜାନୁୟାରୀ ୭ ତାରିଖରେ ମମତା ବାରିକ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିଥିଲେ। ମାମଲା କୋର୍ଟକୁ ଆସିବା ପରେ ଦୁଇଜଣଙ୍କୁ ମିଳାମିଶା କେନ୍ଦ୍ର ତରଫରୁ ବୁଝାସୁଝା କରାଯାଇଥିଲା। ତାପରେ ଆଜି ଉଭୟ ପକ୍ଷ ରାଜି ହୋଇ ଜିଲ୍ଲା ଜଜଙ୍କ ସମ୍ମୁଖରେ ଆପୋଷ ବୁଝାମଣା ମାଧ୍ୟମରେ ପରସ୍ପର ଏକାଠି ହୋଇଥିଲେ। ଯାହା ଫଳରେ ମାମଲାକୁ ବନ୍ଦ କରାଯାଇଥିଲା। 

Lok Adalat Family Court
Advertisment
Advertisment