୫ ବର୍ଷ ତଳେ ଗାଲରେ ବାହାରିଥିବା ଆବୁଟି ବଢି ଚାଲିଛି। ସେ ଖାଇପାରୁ ନାହାନ୍ତି କି ଶୋଇପାରୁ ନାହାନ୍ତି। କେମିତି ଚଳିବ ସଂସାର ?
କାଳିଆ ପାଇଁ ଚାଲିଛି ତୁଳସୀ ଓ ପଦ୍ମ ଚାଷ। ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ଦିନେ ଘାସବୁଦାରେ ପରିପୁର୍ଣ୍ଣ ଥିବା ସ୍ଥାନଟି ଆଜି ପାଲଟିଛି ତୁଳସୀ ଉଦ୍ୟାନ। କେବଳ ସେତିକି ନୁହଁ ପଦ୍ମ ଫୁଲରେ ପରିପୁର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମ ଚାଷ।
କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ। ଗର୍ଭ ଯନ୍ତ୍ରଣା ଭିତରେ ଗୋବିନ୍ଦଙ୍କ ନାଁ ଧରି, ଜୀବନର ସର୍ବଶ୍ରେଷ୍ଠ ସୁଖକୁ ସ୍ୱାଗତ କରୁଛନ୍ତି ପ୍ରସୂତି। ବାସ୍ ଏବେ ଆଉ କିଛି କହିବାର ନାହିଁ, ଦେଖନ୍ତୁ ଏହି ଭିଡ଼ିଓ।
ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦୀନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ ପରିଚିତ ହୋଇଛନ୍ତି ।
ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !
ବିଜେପି ସରକାର ଆସିଲେ ଖୋଲିବେ କି ରାଜ୍ୟର ସବୁ ବଡ଼ ଘଟଣାର ଫାଇଲ୍ ? ଚିଟଫଣ୍ଡ, ରତ୍ନଭଣ୍ଡାର ଚାବି, ମନ୍ତ୍ରୀ ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ ଗ୍ୟାରେଣ୍ଟିକୁ ନେଇ ବଢିଛି ଆଶା ।
୬ ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ । ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଗଲେ ।
BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।
ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।
ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅସହାୟ ବୃଦ୍ଧଙ୍କୁ ବି ଛାଡ଼ିଲେନି । ଲୁଟିଲେ 12 ମାସର ଭତ୍ତା ଟଙ୍କା ।
ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା ନକହିଲେ ଭଲ... କାନ୍ଦିକାନ୍ଦି ଘଡିକି ଘଡି ବେହୋସ ହୋଇଯାଉଛନ୍ତି ।
ଦିନେ ଏଇ ହାତ କଣ୍ଢେଇ ଗଢ଼ୁଥିଲା । ଆଉ କଣ୍ଢେଇକୁ ନଚାଉଥିଲା ନିଜ ଇସାରାରେ । ଠିକ୍ କଣ୍ଢେଇର ଭାଗ୍ୟ ବିଧାତା ସାଜି । ନିଜ ଇଚ୍ଛାରେ କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ । ଆଜି ବିଧିର ନିର୍ଦ୍ଦେଶରେ ସବୁଦିନ ପାଇଁ ନିରବୀ ଯାଇଛି କଣ୍ଢେଇ ନାଚର ସେହି ଯାଦୁଗରୀ କଳାକାର ।
ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଲୁଟ୍ । ଆଖିପିଛୁଳାକେ ଲୁଟି ନେଉଛନ୍ତି ସାଇବର ଲୁଟେରା ।
କଲେଜରେ କ୍ଲାସ୍ ଚାଲିଥିଲା । ସହପାଠୀଙ୍କ ସହ କ୍ଲାସ୍ କରୁଥିଲେ ଛାତ୍ରୀ । ହେଲେ ହଠାତ୍ ଏମିତି କ’ଣ ହେଲା ହୋଇଗଲେ ଅଚେତ୍ । କିଛି ସମୟ ଚୁପଚାପ୍ ରହିଲେ । ଆଉ ତା’ ପରେ କ’ଣ କଲେ ଦେଖନ୍ତୁ...
ଏ ଭିଡିଓ କେତେ ଯେ ଭୟଙ୍କର ଥରେ ଦେଖିନିଅନ୍ତୁ... ଦେଖିଲେ ତ ଦର୍ଶକବନ୍ଧୁ... କେମିତି ଅଳ୍ପକେ ବର୍ତ୍ତିଗଲା ଗୋଟିଏ ନିଷ୍ପାପ ଛୋଟ ପିଲାର ଜୀବନ । ଚାହୁଁଚାହୁଁ ଛଞ୍ଚାଣର ପଞ୍ଝାରୁ କୁନି ପିଲାଟିକୁ ଟାଣିଆଣିଲେ ଜଣେ ବ୍ୟକ୍ତି ।
ଆପଣ ନିଶ୍ଚୟ ଫିଲ୍ମ 'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ମୋ ଝିଅକୁ ମୁଁ ପାଠ ପଢ଼ା ପାଇଁ କେବେ ବାଧ୍ୟ କରେନି। ସେ ଯାହା ପଢ଼େ ତା ଖୁସିରେ ପଢ଼େ, ସେ କେବେ ମତେ କୌଣସି ଜିନିଷ ପାଇଁ ବାଧ୍ୟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହୁଏ। ଆଜି ତା ସଫଳତାରେ ଆମେ ପରିଚିତ।
ପୁଅକୁ ପାଇ ମା’ ଆଖିରେ ଲୁହ ରହୁନି । ହରାଇବା ଦୁଃଖକୁ ଯେମିତି ସେ ଭୁଲିପାରୁନି । ସେଥିପାଇଁ ତ କାନ୍ଦି କାନ୍ଦି କହୁଛି ମୋ ପୁଅ କେଉଁଠି ଥିଲା । ମୋ ପୁଅ ଫେରି ଆସିଛି । ହଜିଲା ପୁଅକୁ ଫେରି ପାଇ ଆଜି ଆତ୍ମହରା ହୋଇପଡ଼ିଛି ଜନ୍ମକଲା ମା’ ।
ଗାଁରେ ହଠାତ୍ଲାଗିଯାଉଛି ନିଆଁ । ଚାହୁଁ ଚାହୁଁ ଜଳିଯାଉଛି ସବୁ କିଛି । କୋଉଠୁ ଆସୁଛି... କିଏ କରୁଛି... କାହାକୁବି ଜଣାନାହିଁ, କିନ୍ତୁ ଆପେଆପେ ନିଆଁ ଲାଗି ପୋଡ଼ି ଯାଉଛି ଘର । ନା ଅଛି ଚୁଲି ନା ଅଛି ଚାଳ ,ଆଜିକୁ ପ୍ରାୟ ୬ଦିନ ହେବ ଖାଇବା ନାହିଁ କି ଶୋଇବା ନାହିଁ
କାଲି ବାପା ମା’ଙ୍କ ସହିତ ଖେଳୁଥିଲା । କୁନି କୁନି ଓଠରେ ବାପା ବାପା ବୋଲି ଡାକୁଥିଲା । ଆଉ ବାପା ମା’ ଡାକ ଶୁଣି ଖୁସିରେ ଫାଟି ପଡୁଥିଲା ଘର । ହେଲେ ଆଜି ତା ଦୁଷ୍ଟାମୀ ନାହିଁ କି ସେ ବି ଆଉ ନାହିଁ ।
ଗର୍ଭବତୀ ସ୍ତ୍ରୀ ପେଟକୁ ସ୍ୱାମୀ ମାରିଲା ଫାର୍ସା ଚୋଟ । ୮ମାସ ଗର୍ଭବତୀ ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ ? ଜୀଅନ୍ତା ସ୍ତ୍ରୀକୁ କଲବଲ କଲା... ପିଲା କାଢି ଟିକନିଖ୍କରି ଦେଖିଲା । ସ୍ତ୍ରୀ ସିନା ଛଟପଟ ହେଉଥିଲା, ହେଲେ ଆଖି ବୁଜିସାରିଥିଲା ମା’ ଗର୍ଭରେ ଥିବା ପୁତ୍ର ସନ୍ତାନ ।
ଏଠି ସେଠି ବାସନ ମାଜି ଯାହା ରୋଜଗାରହୁଏ ସେତିକିରେ ଚଳିଯାଏ ଅସହାୟ ସୁନିତାଙ୍କ ତେଲ ଲୁଣ ସଂସାର । ଏହି ଝାଟିମାଟି ଘରେ ଚାଳଇଥିଲା ସଂସାର ଆଉ ଗଢ଼ୁଥିଲେ ପିଲାଙ୍କ ଭବିଷ୍ୟତ । ହେଲେ ରାତିର ଅନ୍ଧାରରେ ହାତୀ ଉଜାଡ଼ି ଦେଲା ସୁନିତାଙ୍କ ସ୍ୱପ୍ନ । ଘର ଭାଙ୍ଗିଯିବା ପରେ ବାହୁନି କାନ୍ଦୁଛନ୍ତି ସେ ।
କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି ଏ କଚ୍ଚା ରାସ୍ତା... ଏ ନୁଆଣିଆ ଝାଟିମାଟି ଘର... ଆଉ ଏ ଗରିବର ନୀରିହ ଆଖି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି ଏତେ ବଡ଼ ଶଙ୍ଖ ଭବନ ଛିଡ଼ା କରିସାରିଲାଣି । ତଥାପି ଏ ନୁଖୁରା ମୁଣ୍ଡର ଲୋକଙ୍କ ପାଇଁ ନା ଅଛି ଖଣ୍ଡେ ରାସ୍ତା । ନା ପହଞ୍ଚିଛି ସରକାରଙ୍କ ସମସ୍ତ ମୌଳିକ ସୁବିଧା ।
ଯେବେ ଗରିବ ଝିଅଟିଏ ସଫଳତା ପାଏ । ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍ବାହା ବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । ଝିଅ ରୂପା ସା ବି ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । ଏବେ ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ଆଣିଛନ୍ତି ଏହି ଗରିବ ଝିଅ ରୂପା ।