• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର ? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ? କାରଣ ଏ ଦୁଇ ପ୍ରମୁଖ ମୁଦ୍ଦାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚଳିତ ନିର୍ବାଚନରେ ବିଜେଡି ସରକାରର ଉପରେ କଡ଼ା ହମଲା କରିଥିଲେ । ଏବେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେଭକ୍ତ, ସେବାୟତ ଓ ସାଧାରଣ ଜନତାଙ୍କ ମନରେ ୪ ଦ୍ବାର ଖୋଲିବାର ଆଶା ଏବଂ ରତ୍ନଭଣ୍ଡାର ଖୋଲିବାର ପ୍ରକ୍ରିୟା ଆରମ୍ଭ ନେଇ ଦେଖାଦେଇଛି ବଡ଼ ସମ୍ଭାବନା ।

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା। କୋଭିଡ୍ ମହାମାରୀ ପରଠୁ ଶ୍ରୀମନ୍ଦିର ୪ ଦ୍ବାର ନଖୋଲିବା, ଏବଂ ୨୦୧୮ ଏପ୍ରିଲରୁ ରତ୍ନଭଣ୍ଡାର ନେଇ ପ୍ରହେଳିକା ପରେ ଏହାକୁ ନେଇ ଏପର୍ଯ୍ୟନ୍ତ ଅପେକ୍ଷାରେ କୋଟି କୋଟି ଭକ୍ତ। 

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

ଆଉ ଏପଟେ ୨୪ ନିର୍ବାଚନରେ ଏ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ବିଜେପିର ତମାମ ନେତା ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ଏ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଥିଲେ। ଦଳ କ୍ଷମତାକୁ ଆସିଲେ ଏ ସମ୍ପର୍କରେ ଠୋସ୍ ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ରତ୍ନଭଣ୍ଡାରକୁ ନେଇ ଯେଉଁ ଉତ୍ସୁକତା ସୃଷ୍ଟି ହୋଇଥିଲା ଏବଂ ଚାରି ଦ୍ବାର ଖୋଲିବାକୁ ନେଇ ଯେଉଁ ଅପେକ୍ଷା ରହିଥିଲା ତାର ଖୁବଶୀଘ୍ର ଅନ୍ତ ଘଟିବା ନେଇ ଆଶା ରଖିଛନ୍ତି ଉଭୟ ଭକ୍ତ ଓ ସେବାୟତ।

୨୦୨୪ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏବେ ଆସିଛି, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ। ବିଶେଷକରି ରତ୍ନଭଣ୍ଡାର ଚାବି ଖୋଜିବା, ରତ୍ନଭଣ୍ଡାର ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟକୁ ସାର୍ବଜନୀନ କରିବା ଓ ଭକ୍ତଙ୍କ ଲାଗି ୪ ଦ୍ବାର ଖୋଲିବା ଆଦି ପ୍ରସଙ୍ଗ ବିଜେଡି ପରାଜୟର କାରଣ ଏବଂ ବିଜେପିର ବିଜୟରେ ସହାୟକ ହୋଇଥିବାରୁ ଦଳ ଏ ପ୍ରତିଶ୍ରୁତି ତଥା ପ୍ରସଙ୍ଗକୁ ସର୍ବାଦୌ ଗୁରୁତ୍ବ ଦେବା ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

OTV is now on Whatsapp

Join and get latest news update delivered to you via whatsapp

Join Now