/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717601532.jpg)
Ayushman Bharat
ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ରାଜ୍ୟବାସୀ ଭଲ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି, BSKYରେ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ଏହା ବ୍ୟାପକ ହେବ ବୋଲି ମନମୋହନ ସୂଚନା ଦେଇଛନ୍ତି।
ତା’ସହ ରତ୍ନଭଣ୍ଡାର ଖୋଲାଯିବ, ଅନୁଧ୍ୟାନ ହୋଇ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ। ଯାହା ଯାହା ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ବିଜେପି ସେ ସବୁ ପୂରଣ ହେବ ବୋଲି ଦୋହରାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅଧିକ ପଢ଼ନ୍ତୁ: ୮ରେ ଶପଥ ନେବେ ମୋଦି; କ’ଣ ରହିଛି ଏହି ସଂଖ୍ୟା ପଛର କାରଣ ?
ଦେଶବାସୀଙ୍କୁ ମାଗଣା ଚିକିତ୍ସା ସେବା ପାଇଁ କେନ୍ଦ୍ରର ଫ୍ଲାଗସିପ୍ ଯୋଜନା ହେଉଛି ‘ଆୟୁଷ୍ମାନ ଭାରତ’। ଏହି ଯୋଜନା ସଂପର୍କରେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଇଏ ଏମିତି ଏକ ସ୍ବାସ୍ଥ୍ୟସେବା ଯୋଜନା, ଦେଶର ଯେକୌଣସି ଲୋକ ଯେଉଁଠି ଥିଲେ ବି ଏହାର ସୁବିଧା ପାଇପାରିବେ।
ପାଖରେ ଟଙ୍କା ଥାଉ କି ନଥାଉ, ପକେଟରେ ଯଦି ଖଣ୍ଡେ ଆୟୁଷ୍ମାନ କାର୍ଡ ଅଛି, ତା’ହେଲେ କୌଣସି ଚିନ୍ତା କରିବା ଦରକାର ନାହିଁ। ୫ ଲକ୍ଷ ଟଙ୍କା ଯାଏଁ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ଯୋଜନା ମାଧ୍ୟମରେ ବହନ କରାଯିବ। ମୋଦି ଆହୁରି ବି କହିଥିଲେ, ଏହି ଯୋଜନା ଦ୍ବାରା ରାଜ୍ୟ ବାହାରେ ରହୁଥିବା ଲୋକେ ବି ଫାଇଦା ପାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)