ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଥିବା ବେଳେ, ପୁରୁଣା ସରକାରଙ୍କ BSKY ପେଡି ଖୋଲିବେ ନୂଆ ସରକାର । BSKYରେ କେମିତି ହେଉଥିଲା ଦୁର୍ନୀତି, କେଉଁ ହସ୍ପିଟାଲ କରୁଥିଲେ ଏକ୍ସଟ୍ରା ବିଲ୍ । କେଉଁ କେଉଁ ସରକାରୀ ଅଧିକାରୀ ଥିଲେ ସାମିଲ । ତାର ତଦନ୍ତ କରିବାକୁ ନୂଆ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ।
ବିଜେଡି ସରକାରରେ ଫ୍ଲାଗସିପ୍ ସ୍କିମ୍ BSKYରେ ହେଉଥିଲା କି ସ୍କାମ ? ମନ ଇଚ୍ଛା ବିଲ୍ କରୁଥିଲେ କି ଘରୋଇ ହସ୍ପିଟାଲ ? ସଂପୃକ୍ତ ଥିଲେ କି ସରକାରୀ ଅଧିକାରୀ ?
ଆଉ BSKY ନୁହେଁ ଏଣିକି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା ପାଇବେ ଓଡ଼ିଶାବାସୀ। ଏହି ବହୁ ପ୍ରତୀକ୍ଷିତ ଯୋଜନା ପାଇଁ ଆଜି ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତରେ ସ୍ୱାକ୍ଷର ହୋଇଛି MOU। ଖୁବ୍ ଶୀଘ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଯୋଜନାକୁ ମିଶାଇ ଗୋଟିଏ କାର୍ଡ ତିଆରି କରି ହିତାଧିକାରୀଙ୍କୁ ବଣ୍ଟାଯିବ। ଫେବ୍ରୁଆରୀରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି।
ଫେବ୍ରୁଆରୀରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ରାଜ୍ୟର ସାଢ଼େ ୩ କୋଟି ସଦସ୍ୟଙ୍କୁ ସାମିଲ୍ ନେଇ ସରକାରଙ୍କ ଲକ୍ଷ୍ୟ । ସ୍ୱାସ୍ଥ୍ୟବିଭାଗର ଗାଇଡ୍ ଲାଇନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦେଶବ୍ୟାପୀ ୨୯ ହଜାରରୁ ଅଧିକ ମେଡିକାଲରୁ ସ୍ୱାସ୍ଥ୍ୟସେବା ପାଇବେ ହିତାଧିକାରୀ ।
ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।
ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।
ଅଭିଯୋଗ ଆଣିଲେ ବାଲେଶ୍ବରର ସୁମନ୍ତ ପ୍ରଧାନ । BSKY କାର୍ଡ ପାଇନଥିବା କହିଛନ୍ତି ସୁମନ୍ତ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି ।
ଗୋଡ଼ ଅପରେସନ ପାଇଁ ଯାଇଥିବା ଅକୁଲଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ରୋକଠୋକ୍ ମନା କରିଦେଇଥିଲେ। ପରେ ଅସ୍ତ୍ରୋପଚାର ହୋଇଥିଲା ସତ ହେଲେ ଅଧା ଚିକିତ୍ସାରେ।
ଆଜି ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କୁଚିଣ୍ଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୁଆ ସ୍ମାର୍ଟକାର୍ଡ ବଣ୍ଟନ I ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ସହ ଶୁଭାରମ୍ଭ I ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା।
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିନାକୀ ମିଶ୍ର ଯୋଗଦେଇଥିଲେ।
ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ