Advertisment

'ଲେଡି ଟାର୍ଜନ୍'; ଅପହରଣ ପରେ ମାଙ୍କଡ଼ ଦ୍ୱାରା ହୋଇଥିଲେ ଲାଳନ ପାଳନ

ଆପଣ ନିଶ୍ଚୟ ଫିଲ୍ମ 'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Marina Chapman brought up by monkeys

Lady tarzan marina chapman who was raised by monkeys for 5 years

ଆପଣ ନିଶ୍ଚୟ ଫିଲ୍ମ  'ଟାର୍ଜନ୍' ଦେଖିଥିବେ, ଯେଉଁଥିରେ ଏକ ପିଲାଟିଏ ତା’ର ପିଲାଦିନରୁ ବଡ ହେବା ପର୍ଯ୍ୟନ୍ତ ଜଙ୍ଗଲରେ ବଣୁଆ ଜନ୍ତୁମାନଙ୍କ ସହିତ ବାସ କରେ। ସେହିଭଳି ଭାରତରେ ମୋଗଲି ନାମକ ଜଣେ ଶିଶୁ, ଯିଏ ଗଧିଆ ଦ୍ୱାରା ପାଳିତ ହୋଇଥିବାର କୁହାଯାଏ, ସେ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା। ଆଜି ଆମେ ଆପଣଙ୍କୁ ଏପରି ଏକ ବାସ୍ତବ ଜୀବନର 'ଲେଡି ଟାର୍ଜନ୍'ର କାହାଣୀ କହିବାକୁ ଯାଉଛୁ, ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କିପରି ସମ୍ଭବ।

Advertisment

ଅଧିକ ପଢ଼ନ୍ତୁ: ମୃତ୍ୟୁର ୨୦ ମିନିଟ ପରେ ଉଠିଲେ, କହିଲେ ମୁଁ ଭଗବାନଙ୍କୁ ଭେଟିଲି

ଏତେ ୭୩ ବର୍ଷୀୟା ମହିଳାଙ୍କ କାହାଣୀ ଏମିତି ଯେ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମରିନା ଚାପ୍‌ମାନ୍‌ ନାମକ ଏହି ମହିଳା କୁହନ୍ତି ଯେ ତାଙ୍କ ଘରୁ ଅପହରଣ ହେବା ପରେ ତାଙ୍କୁ ମାଙ୍କଡମାନେ ଲାଳନ ପାଳନ କରିଥିଲେ। ସେଥିପାଇଁ ସେ ଦୀର୍ଘ ଦିନ ଧରି କଲମ୍ବିଆର ଜଙ୍ଗଲରେ ଏକୁଟିଆ ବୁଲୁଥିଲେ।

Advertisment

ମହିଳା ଜଣକ କୁହନ୍ତି ଯେ ତାଙ୍କ ମା’ ମଧ୍ୟ ପିଲାଦିନେ ଜଙ୍ଗଲରେ ରହୁଥିଲେ ଏବଂ ତାଙ୍କୁ ମଧ୍ୟ ମାଙ୍କଡ଼ମାନେ ପାଳିଥିଲେ। ବର୍ତ୍ତମାନ ଏଥିରେ କେତେ ସତ ଅଛି ତାହା କେହି ଜାଣନ୍ତି ନାହିଁ। ମହିଳା ଜଣକ କହିଛନ୍ତି ଯେ ସେ କଲମ୍ବିଆର ଘନ ଜଙ୍ଗଲରେ ଏକୁଟିଆ ବୁଲୁଥିଲେ। ଏହି ସମୟରେ ସେ ଗଛରେ ରହୁଥିଲେ, ଶୋଉଥିଲେ ଏବଂ ପଶୁ ପରି ଖାଦ୍ୟ ଖାଉଥିଲେ।

ଅଧିକ ପଢ଼ନ୍ତୁ: ବଡ଼ି ବିଲ୍ଡିଂ ପାଇଁ ଯୁବକଙ୍କ ଅଜବ କାରନାମା; ଗିଳିଦେଲେ ୩୯ କଏନ୍‌, ୩୭ ଚୁମ୍ୱକ...

ମହିଳା ଜଣକ କୁହନ୍ତି ଯେ, ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଲା, ଯେତେବେଳେ ଜଙ୍ଗଲରେ ତାଙ୍କ ଉପରେ କାହାର ଆଖି ପଡ଼ିଲା। ମାରିନାଙ୍କ ଅନୁଯାୟୀ, ୧୯୫୪ ମସିହାରେ ସେ ତାଙ୍କ ଘର ବାହାରେ ଖେଳୁଥିଲେ। ଦୁଇଜଣ ଲୋକ ତାଙ୍କୁ ଚେତାଶୂନ୍ୟ କରି ନେଇଯାଇଥିଲେ। ଯେତେବେଳେ ସେ ଚେତା ଫେରିଲେ, ସେତେବେଳେ ସେ ନିଜକୁ ଘଞ୍ଚ ଜଙ୍ଗଲରେ ଏକାକୀ ପାଇଥିଲେ। ଯେତେବେଳେ ଅପହରଣକାରୀମାନେ ଦୀର୍ଘ ସମୟ ଧରି ଫେରି ନ ଥିଲେ, ସେ ବଞ୍ଚିବା ପାଇଁ ଏକ ମାଙ୍କଡ଼ ଦଳ ସହିତ ରହିବାକୁ ଲାଗିଲେ। ସେମାନେ ଯାହା ସବୁ କରୁଥିଲେ, ମରିନା ମଧ୍ୟ ତାହା କରୁଥିଲେ।

ଜୀବନର ସଂଘର୍ଷ ମଧ୍ୟରେ ସେ କୌଣସି ପ୍ରକାରେ ବ୍ରିଟେନ୍‌ରେ ପହଞ୍ଚିଥିଲେ, ସେଠାରେ ସେ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେ ଦୁଇଟି ସନ୍ତାନର ମା’ ମଧ୍ୟ ହୋଇପାରିଛନ୍ତି। ଏହି ମହିଳା ଜଣକ ତାଙ୍କ ଜୀବନକୁ ଏକ ପୁସ୍ତକ ମାଧ୍ୟମରେ ଦୁନିଆ ଆଗରେ ରଖିଛନ୍ତି, ଯାହାକୁ ଲୋକମାନେ ପଢି ଆଶ୍ଚର୍ଯ୍ୟ ହୁଅନ୍ତି।

ଏହି ପୁସ୍ତକର ନାମ ହେଉଛି 'ଦ ଗାର୍ଲ ୱିଥ୍ ନୋ ନେମ୍'। ସେ ତାଙ୍କ ଝିଅ ଭେନେସାଙ୍କ ସାହାଯ୍ୟରେ ଏହି ପୁସ୍ତକ ଲେଖିଛନ୍ତି। ତାଙ୍କ ମାଆଙ୍କ ପଦାଙ୍କ ଅନୁସରଣ କରି ଝିଅ ବର୍ତ୍ତମାନ କଲମ୍ବିଆର ଜଙ୍ଗଲ ଘେରା ଏକ ଗାଁରେ ରୁହନ୍ତି।

Rephrase with Ginger (Ctrl+Alt+E)
Ajab Gajab
Advertisment
Advertisment