ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!
କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ ।
୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା ।
ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର ।
ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବହୁ ଚର୍ଚିତ ପାର୍ସଲ ବୋମା ବିସ୍ପୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀ ଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି।
ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି ।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଅଙ୍ଗନବାଡି କେନ୍ଦ୍ରରେ କୋମଳ ମତି ପିଲା ମାନେ ଶିକ୍ଷା କ୍ଷେତ୍ରରେ ନିଜର ପ୍ରଥମ ପାହାଚ ଚଢୁଛନ୍ତି। ପ୍ରଥମ ପାହାଚର ଶିକ୍ଷା ହିଁ ସେମାନଙ୍କୁ ଆଗକୁ ନେବାରେ ବେଶ୍ ସହାୟକ ହେବ।
ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ପିପିଲି ଛକରେ ସ୍ଥାପନ କରାଯାଇଛି ସେଲଫି ପଏଣ୍ଟ୍।
ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍ । ମୋଦିଙ୍କ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧମାକାଦାର୍ ଡ୍ୟାନ୍ସ୍...
ଆହୁରି ଏଭଳି ଅନେକ ଏରିଆ ଅଛି ଯେଉଁଠି, ଏବେ ବି ବେଧଡକ ଚାଷ ଚାଲିଛି।
ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ।
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ?
ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
ମହାନଗର ନିଗମର ମେୟର ପୂର୍ବରୁ ୮ ହଜାର ଟଙ୍କା ଦରମା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଆଉ ୨୨ଟି ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୧୩ ଜିଲ୍ଲାରେ ୨୨ଟି ନୂଆ NAC ଘୋଷଣା ।
ଦେହରେ ବଳ ଥିବାବେଳେ ଗାଁର ଅନେକ ଅସହାୟ ଲୋକଙ୍କ ପାଇଁ ସେ ବଳ ସାଜୁଥିଲେ.. ହେଲେ ଆଜି ବଳ ବୟସ ଗଲାପରେ ସେ ନିଜେ ପାଲଟିଯାଇଛନ୍ତି ଅସହାୟ.. ନିଜର ହକ୍ ଟିକକ ପାଇଁ ସରକାରୀ ଦପ୍ତର ଧାଇଁ ଧାଇଁ ନିରାଶ ହୋଇପଡ଼ିଛନ୍ତି..
ଭୋଗରାଇ ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି.. ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି.. ତେବେ ନିର୍ବାଚନ ଠିକ୍ ପୂର୍ବରୁ ସରକାରଙ୍କ ପଦକ୍ଷେପକୁ ନିର୍ବାଚନୀ ଲଲିପପ୍ କହିଛନ୍ତି ବିରୋଧୀ.. ଏହି ସଂସ୍କାର ଯୋଜନାରେ 20 ପ୍ରତିଶତ ଅର୍ଥ ବିଜେଡ଼ି ନିର୍ବାଚନରେ ଖର୍ଚ୍ଚ କରିବ ବୋଲି ଅଭିଯୋଗ କରିଛନ୍ତି..
ନା ଏଠାରୁ ଉଠୁଛି ନା କେହି ମରାମତି କରୁଛନ୍ତି..ଦାଣ୍ଡ ବାରଣ୍ଡାରେ ଜମ ଜଗିଲା ଭଳି ବର୍ଷ ବର୍ଷ ଧରି ଛକିଛି.. ଅନେକ ଗାଈଗୋରୁ, କୁକୁର ବିଲେଇଙ୍କୁ ଖାଇ ସାରିଲାଣି.. ମଣିଷ ମୁଣ୍ଡ ନେଲେ ଚେତା ପଶିବ କି !
ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା।
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା ।
ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍ସି ମେୟର ।
ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ ।