• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି । ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ । ରାଜ୍ୟ କର୍ମଚାରୀଙ୍କ ଡିଏ ୪୬%ରୁ ବଢ଼ି ୫୦% ହେଲା ।

ନିର୍ବାଚନକୁ ଆଖି ଆଗରେ ରଖି ଦରମା ବଢ଼ାଇ ଚାଲିଛନ୍ତି ସରକାର । ପ୍ରଥମେ ଫ୍ରି' ସ୍କିମ୍ ବର୍ଷା କରିଥିଲେ । ଆଉ ଏବେ ଦରମା ବଢ଼ାଇ ଚାଲିଛନ୍ତି ସରକାର । ଗତ କିଛିଦିନ ତଳେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଖୁସ୍ କରିଥିଲେ ଆଉ ଗତକାଲି ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି ଥିଲା । ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର ।

ସେପଟେ ଗତକାଲି ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ରାଶି ମିଳିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚଳିତ ବର୍ଷ ଏପ୍ରିଲରୁ ମାସିକ ମିଳିବ ୨୫ ହଜାର ଟଙ୍କା । ନିର୍ବାଚନକୁ ଆଖି ଆଗରେ ରଖି ଲୋଭନୀୟ ଘୋଷଣା କରୁଛନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ: କେନ୍ଦ୍ର ସରକାର ପରେ, ମହଙ୍ଗା ଭତ୍ତା ବଢାଇଲେ ଏହି ସରକାର...

ଏଥିସହ ଏହା ଭିତରେ ଅଙ୍ଗନୱା଼ଡ଼ି, ଆଶା, ସ୍ୱଚ୍ଛ ସାଥୀ, କୃଷକ ସାଥୀଠୁ ନେଇ ଲ' ଅଫିସର, ନିର୍ମାଣ ଶ୍ରମିକ,ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ଏମିତିକି ଠିକା ଓ ଆଉଟ୍ ସୋର୍ସିଂ କର୍ମଚାରୀ ଯାଏଁ ପ୍ରାୟ ସମସ୍ତଙ୍କର- କାହାକୁ ଦରମା ତ କାହାର ପେନ୍‌ସନ୍ ଅବା ପ୍ରୋତ୍ସାହନ ରାଶି,କିଛି ନା କିଛି ବଢ଼ି ସାରିଲାଣି ।

ସେହିପରି ପଦ୍ମ ସମ୍ମାନରେ ସମ୍ମାନିତଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପେନସନ୍ ରାଶି ସାଙ୍ଗକୁ ରାଜ୍ୟର ଭାଗବତ ଟୁଙ୍ଗି ଗୁଡ଼ିକ ପାଇଁ ବି ୫୦ ହଜାର ଟଙ୍କା ଘୋଷଣା ହୋଇଛି । ଅର୍ଥାତ୍ ଭୋଟ୍ ପୂର୍ବରୁ ସବୁ ବର୍ଗକୁ ଫଳେ ପୁଷ୍ପେ ସନ୍ତୁଷ୍ଟ କରିବାରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର ।

ସାଧାରଣ ନିର୍ବାଚନ ପୂର୍ବରୁ ଭୋଟ୍ ଅମଳ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । ୨୪ ବର୍ଷର ଲମ୍ବା ଶାସନ ପରେ ବି କାଳେ କିଛି ଗଡ଼ ବଡ଼ ହେଇଯିବ, ତେଣୁ କାହାରିକୁ ଅସନ୍ତୁଷ୍ଟ ରଖିବାକୁ ଚାହୁଁନାହାନ୍ତି । ତେଣେ ବଜେଟରେ ବ୍ୟବସ୍ଥା ଥାଉ କି ନଥାଉ, ରାଜ୍ୟର ଆର୍ଥିକ ସ୍ଥିତି ଏକକାଳୀନ ଏତେସବୁ ମାଗଣା ସ୍କିମ୍, ଦରମା-ପେନ୍ସନ୍-ପାରିତୋଷିକ ବୃଦ୍ଧି ଭାରକୁ ସମ୍ଭାଳିବାରେ ସକ୍ଷମ ହେଉ କି ନହେଉ- ସେଥିପ୍ରତି ବିଲକୁଲ୍ ନିଘା ନାହିଁ ଯେମିତି । ତେଣୁ ଅର୍ଥନୀତି ବିଶାରଦଙ୍କ ମତରେ କେବଳ ଭୋଟ୍ ପାଇଁ ଏଭଳି ଘୋଷଣା ଦୀର୍ଘକାଳୀନ ଭିତ୍ତିରେ ରାଜ୍ୟ ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ବିପଦ ।