• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Protest still echoes in Bhubaneswar
ଭୋଟ୍‌କୁ ଦେଖି ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି, ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ।

Youth sets example by drawing paintings
ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ଯାହାକୁ ଦେଖିବେ ତାର ଛବିକୁ ଅବିକଳ ଉତାରି ଦିଅନ୍ତି କାନଭାସରେ । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି, ତାହା ପୁଣି ଏକାସଙ୍ଗେ ଦୁଇ ଦୁଇଟି ଅଲଗା ଅଲଗା ଚିତ୍ର । ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ତେବେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ସୁବର୍ଣ୍ଣପୁରର ଜଣେ ଯୁବ ଚିତ୍ରଶିଳ୍ପୀ ।

Teacher Protest
ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି: ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତାସତ୍ତ୍ବେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। ଏବେ ବି ରାଜଧାନୀ ରାଜରାସ୍ତାରେ ଖରା-କାକରରେ ଚାଲିଛି ଆନ୍ଦୋଳନ। 

idbi bank
IDBI ଠକେଇ ମାମଲା; ପୂର୍ବତନ ମ୍ୟାନେଜର ସମେତ ଆଉ ୨ ଜଣଙ୍କୁ ଗିରଫ କଲା EOW

IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ । 

Youth sets example by drawing paintings
ଅର୍ଥ ବାଧକ ସତ୍ତ୍ବେ ହାରିନି ଅଦମ୍ୟ ଇଚ୍ଛାଶକ୍ତି; ପାଦ ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି ? 

Playground
‘ପଡିଆ ନାହିଁ, ଖେଳିବୁ କେଉଁଠି’

ମାଲକାନଗିରି ଜିଲ୍ଲାରେ ସ୍କୁଲ ଅଛି କିନ୍ତୁ ଖେଳ ପଡିଆ ନାହିଁ। ସଦର ମହକୁମାରେ କ୍ରୀଡା ଛାତ୍ରାବାସ ସହ ଭିତ୍ତିଭୁମି ଅଛି ହେଲେ ବର୍ଷ ବର୍ଷ ଧରି ଝୁଲୁଛି ତାଲା। ଫଳରେ ବଣର ମଲ୍ଲି ବଣରେ ଫୁଟି ମଉଳି ଯାଉଛି।

Taptapani Ghat
ଘାଟିରେ ଜଗିଛି ଯମ...

ଇଏ ହେଉଛି ପ୍ରାକୃତିକ ଶୋଭାରାଜି ଭରା ତପ୍ତପାଣି ଘାଟି... ଗଞ୍ଜାମ ଗଜପତି ସୀମାନ୍ତ ପାହାଡ଼ର ପାଦ ଦେଶରେ ରହିଥିବା ଏହି ଘାଟି ଦେଇ ଦିନକୁ ହଜାର ହଜାର ଯାନବାହନ ଚଳାଚଳ ହୋଇଥାଏ। ଏ ଘାଟି ଅଞ୍ଚଳରେ ଯାତ୍ରା କରିବା ଯେତିକି ମନୋରମ ସେତିକି ଭୟାବହ... କାରଣ ଏଇ ରାସ୍ତାରେ ଜଗି ରହିଥାଏ ମୃତ୍ୟୁ ରୂପୀ ଯମ... ସଡ଼କ ଦୁର୍ଘଟଣାର ମରଣ ଯନ୍ତା ବସେଇ...

Anganwadi Centre
‘ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯିବାକୁ ଡ଼ର ଲାଗୁଛି’

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

Irrigation project
କ୍ଷୋଭର ସହ କହୁଛି ଚାଷୀ; ସରକାର ନେଉଛନ୍ତି ଜଳକର, କେନାଲକୁ ଆସୁନି ପାଣି

କ୍ଷେତରେ ଲାଗିଛି ଫୁଲ କୋବି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଛି ସୁନାର ଫସଲ । ଖାଲି ଫୁଲ କୋବି କାହିଁକି ଅନେକ ପନିପରିବା ମଧ୍ୟ ଲଗାଯାଛି । ହେଲେ କେନାଲରେ ପାଣି ଆସୁନଥିବାରୁ ବଢ଼ିବାରେ ଲାଗିଲାଣି ଚାଷୀର କଷ୍ଟ ।

Medical
ସରୁନି ମେଡିକାଲ କଲେଜ୍‌ କାମ; ହନ୍ତସନ୍ତ ହେଉଛନ୍ତି ରୋଗୀ

ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା । ହେଲେ ସରିଲାନି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିର୍ମାଣ କାମ । ନା ଉପକୃତ ହେଲେ ରୋଗୀ । ନା ମିଳିଲା ସ୍ୱାସ୍ଥ୍ୟ ସୁବିଧା । ବର୍ଷ ପରେ ବର୍ଷ ବିତିଗଲା ସତ ହେଲେ ସ୍ଥିତିରେ ଆସିଲାନି କୌଣସି ସୁଧାର ।

Brave Lady Doctor
ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା।

ib-river drowning
ଇବ୍ ନଦୀରେ ଭାସି ୩ ନିଖୋଜ ଘଟଣା; ମିଳିଲା ୨ମୃତଦେହ

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ।

Sri Mandir
ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

Mid Day Meal
ମଧ୍ୟାହ୍ନ ଭୋଜନରେ ଝିଟିପିଟି; ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲର ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା।

Inspiring! Divyang man sells incense sticks
ଦୃଷ୍ଟିବାଧିତ ଚନ୍ଦନଙ୍କ ଧୂପକାଠି ବିଜନେସ୍

ଜନ୍ମରୁ ସେ ଦୃଷ୍ଟିବାଧିତ.. ମାତ୍ର ନିଜକୁ କେବେ ଅକ୍ଷମ ମନେ କରିନାହାଁନ୍ତି.. ଭିନ୍ନକ୍ଷମ ହୋଇ ବି ସେ ଆଜି ଗାଁ ଗାଁ ବୁଲି ଧୂପକାଠି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି

lack of drinking water
ନଳକୂଅଁ ମାରି ମାରି ଡେଣା ବଥା ହେଇଯାଉଛି

ରାତି ପାହିଲେ ମହିଳାଙ୍କ ମୁଣ୍ଡରେ ଚଡ଼କ ପଡ଼େ.. ଦିନଟା ଯାକ ପାଇଁ ପାଣି ଯୋଗାଡ଼ିବାକୁ କିମି କିମି ପାଦରେ ଚାଲି ଚାଲି ଯିବାକୁ ପଡ଼ୁଛି.. ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ୁଛି, ନଳକୂପ ମାରି ମାରି ଡେଣା ଦରଜ ହେଇଯାଉଛି, ଆଉ ତା’ ପରେ ମିଳୁଛି ମୁଦାଏ ପାଣି..ସରକାର ସିନା ମାଗଣା ଚାଉଳ ଦେଇଦେଲେ, ହେଲେ ପାଣି ତ ନାହିଁ, ଚାଉଳ ସିଝେଇବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ଗାଁ ଲୋକେ..

protect forests
ଲଣ୍ଡା ଡଙ୍ଗରକୁ କଲେ ଜଙ୍ଗଲ

୨୭ ବର୍ଷର କସରତ ପରେ ଲଣ୍ଡା ଡଙ୍ଗର ଆଜି ଘଞ୍ଚ ଜଙ୍ଗଲ ପାଲଟିଛି.. ଦିନ ରାତି ପାଳି ପାଳି କରି ଜଗୁଛନ୍ତି ୨୫ ମହିଳା.. ହେଲେ ଭାଲୁ, ବିଲୁଆ, ତେନ୍ଦୁଆ କେହି କିଛି କ୍ଷତି କରୁନାହାନ୍ତି.. ଏମାନେ ପ୍ରକୃତିରାଣୀ

parrot fever
ପ୍ୟାରୋଟ ଫିଭର

ଶୁଆ ସାଙ୍ଗରେ ଫିଭର୍ ଶଦ୍ଦଟା କାହିଁକି ଲାଗିଛି ! ପ୍ରକୃତରେ ଶୁଆ କଣ ଏହି ଫିଭରର ବାହକ ? କାହିଁକି ଆଉ କେମିତି ହୋଇଥାଏ ଏ ଫିଭର୍ ?

Shivaratri
ମହାଶିବରାତ୍ରିରେ ମହାଦେବଙ୍କ ଉପାସନା; ଶୈବପୀଠରେ ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ, ମନ୍ଦିରରେ ବଢୁଛି ଭିଡ଼

ଆଜି ପବିତ୍ର ମହାଶିବରାତ୍ରି । ଜାଗର ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ । ଶିବ ଆରାଧନାରେ ସମସ୍ତ ଭକ୍ତ ଓ ସାରା ଜଗତ । ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ ।

Crocodile
ଜାଗରରେ ଲିଭିଲା ସିନ୍ଦୁର...ଭାଙ୍ଗିଲା ଶଙ୍ଖା; ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି ।

ganja seized
ଦୋକାନ ଘରକୁ ପିଟିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି; ଜବତ ହେଲା ୧ କୁଇଣ୍ଟାଲରୁ ଅଧିକ...

ବଲାଙ୍ଗିରରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡି ନେଇ ଚମ୍ପଟ ମାରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । 

PM Modi
ମୋଦିଙ୍କ ମୁହଁରେ ପୁଣି କୋଣାର୍କ ଗାଥା, ସେବେଠୁ ଭାରତୀୟଙ୍କ ଭିତରେ ଅଛି ଆଧୁନିକ ଫ୍ୟାସନର ଛାପ

କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

No Plastic
ଏଣିକି ପ୍ଲାଷ୍ଟିକ ନୁହେଁ ପିଲାଏ ଧରିବେ କାଗଜ ପେନ୍

ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଡଟ୍ ପେନ୍ ପରିବେଶ ପାଇଁ ଭଲ ନୁହେଁ । ଏହାର ମୁକାବିଲା ପାଇଁ ଜଣେ ଯୁବକ ଏବେ କାଗଜ, ପତ୍ର, କାଠ ଆଦିରେ ତିଆରି କରୁଛନ୍ତି ଡଟ୍ ପେନ୍। ଏନେଇ ଖଡ଼ିଆଳରୁ ଦେଖିବା ଏଇ ବିଶେଷ ରିପୋର୍ଟ....

Womens Day
ନିଜେ ସ୍ୱାବଲମ୍ବି ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ,ମହିଳାଙ୍କ ପାଇଁ ଦିନଟିଏ । ସଶକ୍ତ ମହିଳା ଶକ୍ତି ଗଠନ ଦିଗରେ ସରକାରଙ୍କ କାହିଁ କେତେ ପଦକ୍ଷେପ ନେଉଛନ୍ତି । ଆଜି ଏମିତି କିଛି ମହିଳାଙ୍କୁ ଭେଟିବା ଯେଉଁମାନଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ହିଁ ସେମାନଙ୍କୁ ଆଜି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି....