/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710309606.jpg)
22 new NACs
ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ ଘୋଷଣା ହେଲା ଆଉ ନୂଆ ୨୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ। ତା’ସହ ଭଞ୍ଜନଗର ଏନଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ୧୩ ଜିଲ୍ଲାର ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଘୋଷଣା କରିଛନ୍ତି ।
ପୁରୀର ସାକ୍ଷୀଗୋପାଳ ଓ କାକଟପୁରକୁ ଏନଏସି ଘୋଷଣା ହୋଇଛି । ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳକୁ ଏନଏସି ମାନ୍ୟତା ଦିଆଯାଇଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରାକୁ NAC ଘୋଷଣା କରାଯାଇଛି ।
ସେହିପରି ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ: ଗଠନ ହେଲା ୩୪ଟି ନୂଆ NAC...୫ ଏନ୍ଏସି ହେଲା ମ୍ୟୁନିସିପାଲିଟି...
ଗତମାସରେ ରାଜ୍ୟରେ ୩୫ଟି ନୂଆ NAC ଗଠନ ହୋଇଥିଲା । ତା’ସହ ୫ ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ଘୋଷଣା ହୋଇଥିବା ସ୍ଥାନ ମାନଙ୍କରେ ଆନ୍ଦୋଳନ ଚାଲୁ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)