• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅର୍ଦ୍ଧକୁଶଳୀଙ୍କ ୩୯୨ରୁ ୫୦୦କୁ, କୁଶଳୀଙ୍କ ୪୪୨ରୁ ୫୫୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ମଜୁରୀ ୫୦୨ରୁ ୬୦୦ ଟଙ୍କାକୁ ବୃଦ୍ଧି ହୋଇଛି ।

ଆଜି ସକାଳେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢାଇଥିଲେ । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି । ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ । ରାଜ୍ୟ କର୍ମଚାରୀଙ୍କ ଡିଏ ୪୬%ରୁ ବଢ଼ି ୫୦% ହୋଇଛି ।

ନିର୍ବାଚନକୁ ଆଖି ଆଗରେ ରଖି ଦରମା ବଢ଼ାଇ ଚାଲିଛନ୍ତି ସରକାର । ପ୍ରଥମେ ଫ୍ରି' ସ୍କିମ୍ ବର୍ଷା କରିଥିଲେ । ଆଉ ଏବେ ଦରମା ବଢ଼ାଇ ଚାଲିଛନ୍ତି ସରକାର । ଗତ କିଛିଦିନ ତଳେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଖୁସ୍ କରିଥିଲେ ଆଉ ଗତକାଲି ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି ଥିଲା । ସରପଞ୍ଚଙ୍କ ପାରିତୋଷିକକୁ ୨୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ କାଲି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର ।

ଅଧିକ ପଢନ୍ତୁ: ସରକାରଙ୍କ ଭୋଟର ତୁଷ୍ଟିକରଣ ନୀତି, ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା

ସେପଟେ ଗତକାଲି ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ରାଶି ମିଳିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ । ଚଳିତ ବର୍ଷ ଏପ୍ରିଲରୁ ମାସିକ ମିଳିବ ୨୫ ହଜାର ଟଙ୍କା । ନିର୍ବାଚନକୁ ଆଖି ଆଗରେ ରଖି ଲୋଭନୀୟ ଘୋଷଣା କରୁଛନ୍ତି ରାଜ୍ୟ ସରକାର ।