• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚଳିତ ବର୍ଷ ଏପ୍ରିଲରୁ ମାସିକ ମିଳିବ ୨୫ ହଜାର ଟଙ୍କା । ନିର୍ବାଚନକୁ ଆଖି ଆଗରେ ରଖି ଲୋଭନୀୟ ଘୋଷଣା କରୁଛନ୍ତି ରାଜ୍ୟ ସରକାର ।

ସେହିପରି ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ପୌରପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା ।

NAC ଅଧ୍ୟକ୍ଷଙ୍କ ଦରମା ୧୦ ହଜାର, ଉପାଧ୍ୟକ୍ଷ ପାଇବେ ୭,୫୦୦ । ମହାନଗର ନିଗମ କର୍ପୋରେଟରଙ୍କ ବୈଠକ ଭତ୍ତା ୨୦୦୦କୁ ବୃଦ୍ଧି କରାଯାଇଛି । ପୌରପରିଷଦ, NAC କାଉନସିଲରଙ୍କ ଭତ୍ତା ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ ବୋଲି ଘୋଷଣା କରାଯାଇଛି ।

ଗତକାଲି ସରପଞ୍ଚମାନଙ୍କର ମଧ୍ୟ ଦରମା ବଢ଼ାଇଥିଲେ ସରକାର। ଏହା ସହ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଥିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା । ଏହା ସହ ଜିଲ୍ଲା ପରିଷଦ ଉପସଭାପତି ମାସିକ ପାଇବେ ୨୦ ହଜାର ଟଙ୍କା ।

ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାରକୁ ବୃଦ୍ଧି । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଟଙ୍କା ପାଇବେ । ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭୫୦୦ ଟଙ୍କା । ସୂଚନାଯୋଗ୍ୟ ସରପଞ୍ଚ ମାସିକ ୨୩୫୦ ଟଙ୍କା ପାଉଥିବା ବେଳେ, ଏବେ ପାଇବେ ମାସିକ ୧୦ ହଜାର ଟଙ୍କା ।

ସେହିପରି ନାଏବ ସରପଞ୍ଚ ୯୪୦ ପାଉଥିଲେ, ଏବେ ପାଇବେ ୪ ହଜାର ଟଙ୍କା । ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ଦୈନିକ ଭତ୍ତା ୪୮୦କୁ ବୃଦ୍ଧି ହୋଇଛି । ସେହିପରି ଗତ କିଛିଦିନ ତଳେ ଆଶାକର୍ମୀମାନଙ୍କର ଦରମା ବୃଦ୍ଧି କରିଥିଲେ ସରକାର। ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି । ଏଥିଯୋଗୁ ଉପକୃତ ହେବେ ୪୯ ହଜାର ୫୨୨ ଆଶାକର୍ମୀ।