ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବହୁ ଚର୍ଚିତ ପାର୍ସଲ ବୋମା ବିସ୍ପୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ବଲାଙ୍ଗିର ଜେଲରେ ବିଚାରଧୀନ ବନ୍ଦୀ ଥିବା ପୁଞ୍ଜିଲାଲ ସାମ୍ବାଦିକତାର ପାଠ ପଢୁଛନ୍ତି।
ଷଡ଼ଯନ୍ତ୍ର କରି ଦିନେ ବିସ୍ଫୋରଣ ଘଟାଇଥିଲେ । ହତ୍ୟାକାରୀ ପାଲଟି ବଦନାମ ହୋଇଥିଲେ । ଏବେ କିନ୍ତୁ ସେଲ୍ ଭିତରୁ ସାମ୍ବାଦିକ ପରୀକ୍ଷା ଦେଇ ଆଉ ଥରେ ଚର୍ଚ୍ଚାକୁ ଆସିଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର । ସମ୍ବଲପୁର ଓପନ୍ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏଟ ଜୋର୍ଣ୍ଣାଲିଜମ ଏଣ୍ଡ ମାସ୍ କମ୍ୟୁନିକେସନର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି.....
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍ଙ୍କୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା […]
ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍ଭନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ […]
ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚ, କୋର୍ଟଙ୍କ ନିକଟରେ ପୁଣି ରିମାଣ୍ଡ ଆବେଦନ କରିପାରେ। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା […]
ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍ଟପ୍ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି। DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍ର […]
ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ […]
ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍ ହିଟ୍ର ଶେଷ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ। ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜ ଅଧ୍ୟକ୍ଷା ହେବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ହିଁ […]