• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଐତିହାସିକ ବରୁଣେଇ ପାହାଡ଼। ମା ବରୁଣେଇଙ୍କ ପୀଠ। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହର ଅନ୍ୟତମ ଏନ୍ତୁଡ଼ିଶାଳ। ଘଞ୍ଚଜଙ୍ଗଲ, ଚିରସ୍ରୋତା ଝରଣା, ସୌମ୍ୟ ସୁନ୍ଦର ଶୀତଳ ପରିବେଶ ଏହାର ପ୍ରମୁଖ ଆକର୍ଷଣ। ଖାସ୍ ଏଇଥିପାଇଁ ଚିତ୍ତ ବିନୋଦନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ବର୍ଷକ ବାର ମାସ ଧାଇଁ ଆସନ୍ତି ଏହି ପୀଠକୁ।

ହେଲେ ପରିତାପର ବିଷୟ ଧୀରେ ଧୀରେ ହତଶିରି ହେବାରେ ଲାଗିଛି ବରୁଣେଇ। ବିବିଧ ବୃକ୍ଷଲତାରେ ଭରା ଏ ଜଙ୍ଗଲ ପତଳା ହେଲାଣି, ପାହାଡ଼ ଉପରୁ ପ୍ରଖର ବେଗରେ ବୋହୁଥିବା ଚିରସ୍ରୋତା ଝରଣା ଶୁଖିଗଲାଣି। ଏମିତିକି ପାହା଼ଡ଼ ଉପରେ ବିରାଜିତ ମା ବରୁଣେଇ ଓ କରୁଣେଙ୍କ ପାଦ ସ୍ପର୍ଶ କରି ଯେଉଁ ଝର ଝରି ଯାଉଥିଲା ତାହା ବି ପ୍ରାୟ 3-4 ବର୍ଷ ହେଲା ବନ୍ଦ ହୋଇଯାଇଛି। ଗୋଟିଏ ପଟେ ପୀଠର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଛି, ହେଲେ ବର୍ତ୍ତମାନ ପୀଠର ଏ ବାସ୍ତବ ସ୍ଥିତି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ନିରାଶ କରୁଛି।

ପାଇକ ବିଦ୍ରୋହର ସ୍ମୃତିକୁ ତାଜା ରଖିବା ପାଇଁ ଏହାରି ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଡିସେମମ୍ବର 2018ରୁ ଶିଳାନ୍ୟାସ ହୋଇ ସାରିଛି। କାମ କେତେ ଆଗେଇଛି ନ ଆଗେଇଛି ତାହା ତ ଭିନ୍ନ କଥା। ହେଲେ ଏପଟେ କିନ୍ତୁ ବିଭିନ୍ନ କାରଣ ପାଇଁ ଆକର୍ଷଣ ହରାଇ ଚାଲିଛି ବରୁଣେଇ।ତାର ପ୍ରମୁଖ କାରଣ କାଠ ମାଫିଆଙ୍କ ପ୍ରାଦୁର୍ଭାବ।

ଫନି ବାତ୍ୟାରେ ଜଙ୍ଗଲର ଯାହା କ୍ଷତି ନହୋଇଥିଲା କାଠ ମାଫିଆଙ୍କ ଅବାଧ ଗଛକଟା ପାଇଁ ଶ୍ରୀହିନ ହେବାରେ ବରୁଣେଇର ଘଞ୍ଚ ଜଙ୍ଗଲ। ଏହାଛଡ଼ା ପାହାଡ଼ ଚତୁପାର୍ଶ୍ୱରେ ଦିନୁ ଦିନ ଗଢି ଉଠୁଥିବା ଶିଳ୍ପ ସଂସ୍ଥା ବି ବିଗାଡ଼ି ଦେଉଛି ବରୁଣେଇର ପରିବେଶ। ସେପଟେ ଏହାରି ଭିତରେ କିନ୍ତୁ ବରୁଣେଇର ଉନ୍ନତି ପାଇଁ ପଦକ୍ଷେପ ଲାଗି ଆଜି ଭୋରରୁ ଗସ୍ତ କରିଥିଲେ 5T ଅଧ୍ୟକ୍ଷ।

 

  • Reported by:
  • BALRAM LENKA