• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

CAA
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା..CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।

Divyang family
ଦିବ୍ୟାଙ୍ଗ ପରିବାରକୁ ସରକାର ଦେଲେ ଆବାସ; ହେଲେ ଘର କରିବା ପରେ ଖାତାକୁ ଆସିଲାନି ଟଙ୍କା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା ।

sanitation workers
ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର ।

Sarapanch
ସରପଞ୍ଚଙ୍କ ମନ ଜିଣିଲେ ସରକାର, ତିନିଗୁଣା ବଢ଼ାଇଲେ ଦରମା

ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।

OTV Impact: Helpless family gets aid in Bhadrak
ଅକାଳରେ ଚାଲିଗଲା ସ୍ୱାମୀଙ୍କ ଜୀବନ; ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବାପ ଛେଉଣ୍ଡ ଏବେ ୩ ଝିଅ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ ।

'No road no vote' protest
ଗାଁରୁ ଶୁଭିଲା ଗର୍ଜନ, ଏଥର ଭୋଟ୍ ବର୍ଜନ

ବହୁତ ହୋଇଗଲା..!ଏକାଠି ହୋଇ ନିଜ ସ୍ୱରକୁ ଶାଣିତ କରିଛନ୍ତି.. ନିଷ୍ପତ୍ତି ନେଇଛନ୍ତି, ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଫସିବେନି.. ଜଣେ ଆରଜଣଙ୍କୁ ବୁଝାଉଛନ୍ତି.. ଆନ୍ଦୋଳନରେ ସାମିଲ ହୋଇ ନିଜ ହକ୍ କୁ ଛଡ଼ାଇଆଣିବାକୁ ଅଣ୍ଟା ଭିଡ଼ିଛନ୍ତି..

Poor woman deprived
ପାଞ୍ଚ ଆଙ୍ଗୁଠି ତୁଣ୍ଡକୁ ଗିଳିଲା ବାଲାଙ୍କୁ ଦେଉଛ..ଏ ଅସହାୟ ଟୁକୁନିକୁ ଦେଉନ !’

ଗୁହାଳ ପରି ଭଙ୍ଗା ଦଦରା ଘରେ ବି ମଣିଷ ରହୁଛନ୍ତି..ଆଉ ଏମିତ ଦୟନୀୟ ଜୀବନ ଜୀଉଁଛନ୍ତି..

PhD scholar stages protest by selling potatoes for a job
ପୁଳାପୁଳା ସାର୍ଟିଫିକେଟ୍‌ ଥାଇ ବି ମିଳିଲାନି ଚାକିରି; ରାଜରାସ୍ତାରେ ଆଳୁ ବିକିଲେ ଉଚ୍ଚଶିକ୍ଷିତା ଯୁବତୀ

ଯୁବତୀଙ୍କ ନାଁ ହେଉଛି ଅର୍ଚ୍ଚନା କାନୁନଗୋ । ତାଙ୍କ ନିକଟରେ ରହିଛି PG, MPHIL, PHD ଏବଂ ଡିଗ୍ରୀ । ହେଲେ ଏଯାଏଁ ମିଳିନି ଖଣ୍ଡିଏ ଚାକିରି । ଆଉ ସେଥିପାଇଁ ଭିନ୍ନ ତରିକାରେ ପ୍ରତିବାଦ ଜଣାଇ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ।

Vande Bharat
ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୋଦି

ଶନିବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଓଡ଼ିଶା ସମେତ ଦେଶରେ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି।

power cut
ଚାଷୀଙ୍କ ମୁଣ୍ଡରେ ବିଦ୍ୟୁତ୍ ଚଡ଼କ !

ଫସଲ ମରି ମରି ଯାଉଛି, ଉଠା ଜଳସେଚନ ପଏଣ୍ଟ କାମ କରୁନି.. ମିଟର ବୋର୍ଡରେ ତାର ଲମ୍ବିଛି, ଗଭୀର ନଳକୂପରେ ମୋଟରକୁ ବି ତାର ଯାଇଛି, କିନ୍ତୁ ମୋଟର ଘୁରୁନି.. ମନଇଚ୍ଛା ଏକ ବିଦ୍ୟୁତ ବିଲ୍ ଧରାଇ ବିଦ୍ୟୁଦ ସଂଯୋଗକୁ ବିଛିନ୍ନ କରିଦେଇଛି ବିଦ୍ୟୁତ୍ ବିଭାଗ..

drinking water
ବିକଶିତ ଓଡ଼ିଶାର ବିକଳ ଚିତ୍ର!

ଅସନା ପାଣିକୁ ତୁଣ୍ଡରେ ମାରି ତୃଷ୍ଣା ମେଣ୍ଟାଉଛନ୍ତି.. ମନ ବୁଝାଇବାକୁ ଯାହା ହାଣ୍ଡି ଗରାରେ ଗାମୁଛା ପକାଇ ପାଣି ଛାଣି ନେଉଛନ୍ତି ମହିଳାମାନେ..ସତରେ କଣ କପଡ଼ାରେ ଛାଣି ନେଇ ଏ ପାଣି ବିଶୁଦ୍ଧ ହୋଇଯିବ ! ବିଡ଼ମ୍ବନା ଅସନା ପାଣିକୁ ପାଇବା ଲାଗି ବାଡ଼ିଆପିଟା ଲାଗିଯାନ୍ତି ମହିଳାମାନେ.. ହାୟ ! ବିକଶିତ ଓଡ଼ିଶାର ଏ ବିକଳ ଚିତ୍ର ସତରେ ଭାରି ଚିନ୍ତାଜନକ..

Woman marries lover who became divyang
ବିରଳ ପ୍ରେମ ବିବାହ

ଇଏ ରିଲ୍‌ ନୁହେଁ, ରିୟଲ ଲଭଷ୍ଟୋରୀ । ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ କଲେ ପ୍ରେମିକା । ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ପଡ଼ିଲା ହାତଗଣ୍ଠି ।

Love Bird
ଏକ ବିରଳ ପ୍ରେମ କାହାଣୀ ଇଏ ରିଲ୍ ନୁହେଁ, ରିୟଲ ଲଭଷ୍ଟୋରି !

ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ । ବିବାହ ପାଇଁ ଜିଦ୍ ଧରି ସଫଳ ହେଲେ ପ୍ରେମିକା ।

Anandban
ଆନନ୍ଦବନ ! ସହର ଭିତରେ ନିଅନ୍ତୁ ଜଙ୍ଗଲର ମଜା

ରାସ୍ତାର ଗୋଟିଏ ପାର୍ଶ୍ୱରେ ୬୦ ଏକରର ଜଙ୍ଗଲ ଥିବା ବେଳେ ଅନ୍ୟ ପାର୍ଶ୍ବରେ ୩୦ ଏକରର ଜଙ୍ଗଲ ରହିଛି।

Mining
ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର

ନାଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ । ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ରାତିଦିନ ପଥର କଟା ଚାଲିଥିବାରୁ କାହା ବାସଘରେ ଫାଟ ହେଲାଣି ତ କାହାର କୂଅ, ନଳକୂଅ ଶୁଖିବାକୁ ବସିଲାଣି ।

Sri Mandir
ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ତଳେ ଆହୁରି ୨ଟି ରତ୍ନଭଣ୍ଡାର ଥିବା ଓ ଏହାକୁ ଶ୍ରୀମନ୍ଦିର ଗବେଷକ ବି ସମର୍ଥନ କରିବା, ସମସ୍ତଙ୍କୁ ଚମକାଇ ଦେଇଛି ।

Mining
ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର; ଗୁହାରୀ ପରେ ବି ଶୁଣୁ ନାହାଁନ୍ତି ସରକାର

ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।

Sri Mandir
ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।

JODA FLYOVER
ଯୋଡ଼ାରେ ଓଡ଼ିଶାର ସବୁଠାରୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍

ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସି।

  • Monday, 11 March 2024
Agni -5
ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ପରୀକ୍ଷଣ

ପରୀକ୍ଷଣ ନେଇ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। DRDO ବୈଜ୍ଞାନିକଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Irrigation project
ଯୋଜନା ମାଳମାଳ; ହେଲେ ଫସଲକୁ ଯାଇପାରୁନି ଜଳ

କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ ।

Yojana Ra Na Hariloot
ଅଙ୍ଗନବାଡ଼ି ଅର୍ଥ ଆତ୍ମସାତ୍‌

ଅଙ୍ଗନବାଡ଼ି କେନ୍ଦ୍ର ଉନ୍ନତୀକରଣରେ ଅର୍ଥ ତୋଷାରପାତ । ମୁକ୍ତା ଯୋଜନାରେ ଆସିଥିବା ଅନୁଦାନ ହରିଲୁଟ୍‌ । ପୁରୁଣା ଘରେ ଟାଇଲ୍‌ ପକାଇ ଟଙ୍କା ଲୁଟିଥିବା ଅଭିଯୋଗ

divyang family
ଦାଣ୍ଡରେ ଛିଡ଼ାକଲା ଆବାସ ଯୋଜନା !

ଗୋଟିଏ ପରିବାର, ହେଲେ ୩ଜଣ ଦିବ୍ୟାଙ୍ଗ । ମଣ୍ଡ ଗୁଞ୍ଚିବାକୁ ନଥିଲା ଘର । PMAY ଯୋଜନାରେ ଦିବ୍ୟାଙ୍ଗ ପରିବାରକୁ ସରକାର ଦେଲେ ଆବାସ । ଏଣେତେଣେ ହାତପାତି ଘର କଲେ ଦିବ୍ୟାଙ୍କ । ହେଲେ ପ୍ରଶାସନ ଅବହେଳା ଯୋଗୁଁ ପରିବାର ପାଖରେ ପହଞ୍ଚି ପାରିଲାନି ଟଙ୍କା ।

OTV Impact
ଖବର ବାଜିଲା ସାହାଯ୍ୟ ମିଳିଲା

ସ୍ୱାମୀର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । କୁନି ଝିଅର ଆଖିରୁ ବି ଶୁଖୁନି ଲୁହ । ଗରିବ ଅଭାବୀ ପରିବାର ବୋଲି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ଆଉ ଫେରିଲାନି । ଏମିତି କି ପୁଅର ଶବ ଦେଖିପାରିଲେନି ବୁଢ଼ା ବାପା । ପୂରା ଦୁଃଖରେ ଭାଙ୍ଗିପଡ଼ିଲା ପରିବାର ।

 Anganwadi Centre
ଅଙ୍ଗନବାଡ଼ି ଭିତରେ ଜଗିଛି ଯମ ! କାନ୍ଥ ଫାଟି ଆଁ କରିଛି, ଛାତରେ ଦିଶିଲାଣି ଲୁହାଛଡ଼

ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି ।