Advertisment

ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।

author-image
Manoranjan Behera
ଅଦ୍ୟତନ ହୋଇଛି
Srimandir Dolabedi Renovation

Srimandir

ନୂଆ ରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ। ବହୁ ବର୍ଷର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ଯାହା ସବୁ ରଙ୍ଗ ଆଉ ଚୁନ ପଲସ୍ତରା ଭିତରେ ଲୁଚିଯାଇଥିଲା, ସେଗୁଡିକୁ ପୁନରୁଦ୍ଧାର କରାଯାଉଛି। ପୁରୁଣା ପ୍ରାଚୀରରେ ଥିବା ଐତିହ୍ୟ କୀର୍ତ୍ତିରାଜି ମୂର୍ତ୍ତିଗୁଡିକ ଦୋଳବେଦୀର ନୂତନ ପ୍ରାଚୀରରେ ନିଖୁଣ ଭାବେ ପୁନଃ ଅବସ୍ଥାପିତ କରାଯାଉଛି। ଦୋଳପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ। ଶୋଭା ପାଇବ ପୁରାତନ ଐତିହ୍ୟ କୀର୍ତ୍ତିରାଜି। ଶହଶହ ବର୍ଷ ହେବ ରଙ୍ଗ ଆଉ ଚୁନରେ ଲୁଚି ରହିଥିବା ଯୋଗୁଁ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ କୀର୍ତ୍ତିରାଜି ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ। ଏସବୁ ପ୍ରାଚୀନ ମୂର୍ତ୍ତିରାଜିକୁ ନୂଆ ଜୀବନ ଦିଆଯାଉଛି।

ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ ସହ ପ୍ରସ୍ତର ନିର୍ମିତ ମୂର୍ତ୍ତି ଯେଭଳି ନଷ୍ଟ ନହେବ ସେନେଇ ଧ୍ୟାନ ଦିଆଯାଉଛି। ଚଳିତ ବର୍ଷ ଦୋଳପୂର୍ଣ୍ଣିମା ପୂର୍ବରୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ କାମ ଦୃତଗତିରେ ଚାଲିଛି।

Advertisment

ସେପଟେ ଏହି ପ୍ରାଚୀନ ଐତିହ୍ୟ କୀର୍ତିରାଜିକୁ ଅକ୍ଷୁର୍ଣ୍ଣ ରଖି ପାହାଚରେ ଖଣ୍ଡୋଲାଇଟ ପଥର ଯୋଡ଼େଇ କରାଯାଉଛି। ବର୍ଷା ପାଣି ନରହିବା ଲାଗି ସ୍ଲୋପିଂ ସଦୃଶ ପଥର ଗୁଡ଼ିକୁ ଖଞ୍ଜାଯାଇଛି। ଦୋଳବେଦୀ ବାହ୍ୟ କାନ୍ଥକୁ ମଧ୍ୟ ଖଣ୍ଡୋଲାଇଟ ପଥରରେ ନୂଆ କରି ନିର୍ମାଣ କରାଯାଇଛି। ଦୋଳବେଦୀ ଉପର ଚଟାଣ ଚାରିପଟେ ପିତ୍ତଳ ନିର୍ମିତ ବ୍ୟାରିକେଡ୍ କରାଯିବ ବୋଲି ଜଣାପଡିଛି। ତେବେ ଆସନ୍ତା ୧୯ ତାରିଖ ପୂର୍ବରୁ ଦୋଳବେଦୀ ପୁନରୁଦ୍ଧାର କାର୍ଯ୍ୟ ସରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ।

Srimandir Jagannath Temple Puri Srimandir
Advertisment
Advertisment