Advertisment

ଅଫିମ ଚାଷର ହବ୍‌ ପାଲଟିଛି ଶିମିଳିପାଳ, ୨ ମାସରେ ନଷ୍ଟ କରାଗଲାଣି ୨୦ କୋଟିର ଅଫିମ ଗଛ

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ।

author-image
Santosh Kumar Sahoo
undefined

Opium Farming

ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ। ଅଭୟାରଣ୍ୟର କୋର୍ ଅଂଚଳରେ ବର୍ଷ ବର୍ଷ ଧରି ଚାଲିଥିବା ନିଶାଦ୍ରବ୍ୟର ଏହି ଫସଲ ବିଷୟରେ ଜାଣିବା ପରେ ଗତ ୨ ମାସ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଅଫିମ ନଷ୍ଟ କରାଗଲାଣି। ଆହୁରି ଏଭଳି ଅନେକ ଏରିଆ ଅଛି ଯେଉଁଠି, ଏବେ ବି ବେଧଡକ ଚାଷ ଚାଲିଛି।

Advertisment

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ। ଅଭୟାରଣ୍ୟ କୋର୍ ଏରିଆର କୁକୁରଭୁକା ଗାଁରେ ଚାଲିଛି ଘନ ଘନ ଅଫିମ ଚାଷ। ପୋଲିସ, ଅବକାରୀ ଓ ବନ ବିଭାଗର ନାକ ତଳେ ମାଫିଆ ବେଧଡକ ଫଳାଉଛନ୍ତି ଅଫିମ।

ଶିମିଳିପାଳ କୋର୍ ଏରିଆର ବକୁଆ ଗାଁ। ପୋସ୍ତୋ ଚାଷ ନାଁରେ ଏଠି ବି ଫଳାଯାଇଛି କୋଟି କୋଟି ଟଙ୍କାର ଅଫିମ। ଚାଷୀ ଜାଣୁଛନ୍ତି ପୋସ୍ତୋ ଚାଷ, ହେଲେ ମାଫିଆ, ଅଫିମ ଅମଳ କରି ମାଲାମାଲ। କେବଳ ଏହି ଦୁଇ ଗାଁ ନୁହେଁ, ଅଭୟାରଣ୍ୟର କୋର୍ ଏବଂ ବଫର୍ ଅଂଚଳରେ ରହିଥିବା ବୁଢାବଳଙ୍ଗ, ବାଗଡେଗା, ବଳରାମପୁର, ବେନିପୁର, ସାହୁଦା, ବନ୍ଦିରାବସା, ଫୁଲବାଡି, ଜଜଗଡା ଏବଂ ଲେମ୍ଭୁଗଡାର ଏକର ଏକର ଜମିରେ କୋଟି କୋଟି ଟଙ୍କାର ଅଫିମ ଚାଷ ଚାଲିଥିବା ସୂଚନା ମିଳିଛି।

Advertisment

ପୂର୍ବରୁ ଗତ ୧୦ ତାରିଖରେ ବନବିଭାଗ, ପୋଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ ଧରଣର ଚଢାଉ କରିଥିଲା। ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଥିଲେ ଟିମ୍। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ। ସେଦିନ ଜଶିପୁର ରେଂଜ୍ ଜେନାବିଲ, ଖେଜୁରୀ ଏବଂ ଜଜଗଡାରେ ଅବକାରୀ ଟିମ୍ ଚଢାଉ କରି ୩ ଲକ୍ଷ ୮୫ ହଜାର ଅଫିମ ଗଛ ନଷ୍ଟ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୭ କୋଟି ୭୦ ଲକ୍ଷ ହେବ। ତାପୂର୍ବରୁ ଗତ ଫେବ୍ରୁଆରୀ ୨୪ ତାରିଖରେ ଶିମିଳିପାଳ କୋର ଏରିଆରେ ୨୬ ଲକ୍ଷର ଅଫିମ ଗଛ ନଷ୍ଟ କରାଯାଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି। ହେଲେ
ଧରାପଡୁନାହାଁନ୍ତି ଜଣେ ବି ମାଫିଆ।

ପ୍ରଶ୍ନ ଉଠୁଛି, ଶିମିଳିପାଳ ଅଭୟାରଣ୍ୟରେ ପୋସ୍ତ ନାଁରେ ବର୍ଷ ବର୍ଷ ଧରି ଚାଲିଛି କି ଅଫିମ ଚାଷ ? କିଏ ଏହି ଚାଷ କରୁଛି ? କେବେଠୁ ଚାଷ ହେଉଛି ? ଅଫିମ କେଉଁଆଡେ ପଠାଯାଉଛି ? କୋଟି କୋଟି ଟଙ୍କାର ଅଫିମ ଚାଷ ବିଷୟରେ ଏତେ ଦିନ ଧରି କେମିତି ଟେର୍ ପାଇପାରୁନଥିଲା ପୋଲିସ, ଅବକାରୀ କି ବନ ବିଭାଗ ?

Similipal National Park
Advertisment
Advertisment