ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....
ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା...
ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି ।
ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଖାସ୍ କରି ବର୍ଷକୁ ରାଜ୍ୟରେ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଥିବାରୁ ଏହି ବିଶାଳ ପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ଲୁହରେ ଭିଜିଲା ବୀରମାଟି । ଜନ୍ମଭୂମି ଆନନ୍ଦପୁର ନନ୍ଦିସାହିରେ ଜଳିଲା ଛତିଶଗଡ଼ ମାଓ ହମଲାରେ ସହିଦ ସୁଶାନ୍ତଙ୍କ ଚିତା । ରାଷ୍ଟ୍ରୀୟ ମର୍ଯାଦା ସହ ଶୋକାକୁଳ ପରିବେଶରେ ସରିଲା ଶେଷକୃତ୍ୟ । ୫ କିଲୋମିଟର ବ୍ୟାପି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଜନତା
ଝାଡ଼ଖଣ୍ଡ ୱେଷ୍ଟସିଂଭୂମରେ ଭୁଶୁଡ଼ିଲା ମାବାଦୀଙ୍କ ଗୁପ୍ତ ଆଡ୍ଡା: ୧୧ ବଙ୍କର ସହ ଧ୍ୱସବିଧ୍ୱସ୍ତ ଲାଲ୍ ଶିବିର, କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟୱାଣ୍ଟେଡ୍ ମିଶିର, ସାମ୍ନାକୁ ଆସିଲା ତଥ୍ୟ, ମିଶିରକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜୋରଦାର
ବାହାରୁ ଦେଖିଲେ ସାଧାରଣ ଆହାର କେନ୍ଦ୍ର । କିନ୍ତୁ ଭିତରକୁ ଗଲେ ଲାଗିବ ଆପଣ କାଳେ ଭୁଲରେ କେଉଁ ପଞ୍ଚତାରକା ହୋଟେଲରେ ପ୍ରବେଶ କରିଛନ୍ତି । କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲରେ ଲୋକାର୍ପଣ ଅପେକ୍ଷାରେ ଥିବା ସିଏମସିର ନୂଆ ଆହାର କେନ୍ଦ୍ରର ପରିବେଶ କିଛି ଏମିତି ।
ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ କାରସାଦି କରୁଥିବା ତଥ୍ୟ ପ୍ରମାଣ ସହ ମଠାଧୀଶଙ୍କ ସଂଗୀନ ଅଭିଯୋଗ, ରୋକିବାକୁ ଗଜପତି ମହାରାଜା ଓ ମୁଖ୍ୟ ପ୍ରଶାସକଙ୍କୁ ଚିଠି, ନହେଲେ ଚରମ ନିଷ୍ପତ୍ତି ଧମକ
ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।
ଆସନ୍ତା ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ମହାନଦୀ ଜଳବିବାଦ ପ୍ରସଙ୍ଗର ଶୁଣାଣି । କମନ୍ ଇଫର୍ମେସନ ଫର୍ମାଟ୍ ଚୂଡ଼ାନ୍ତ ପାଇଁ ଶେଷ ସୁଯୋଗ ଦେଲେ ଟ୍ରିବ୍ୟୁନାଲ ।
୩ ମାସ ହେବ ନୂଆ ରାସ୍ତା ତିଆରି ହୋଇଛି.. ହେଲେ ଏବେ ଟିକେ ଦେଖନ୍ତୁ.. ହାତ ମାରିଦେଲେ ପିଚୁ ଉଠିଯାଉଛି..
ନଦୀ, ଏକୁଳ ସେକୁଳ ଖାଉଛି.. ଖାଇ ଖାଇ ଏତେ ବାଟ ଆସିଗଲାଣି.. କାଳେ ଶୋଇଥିବା ବେଳେ ମାଟି ଅତଡ଼ା ଖସିଯିବ.. ଡରରେ ନିଦ ହଜିଯାଇଛି.. କେତେବେଳେ ଯେ ଆମକୁ ନଦୀ ମାଡ଼ି ଆସି ଗ୍ରାସ କରିଦେବ.. ଆଶଙ୍କାରେ ଆଖି ପଲକ ପଡ଼ିଲେ ଛାତି ଧଡ଼ ଧଡ଼ ହେଉଛି..
ଆପଣ ଆଖି ବନ୍ଦ କରି ବା ଆଖିରେ କଳା ପଟି ବାନ୍ଧି ପାଠ ପଢିପାରିବେ ? ମୋବାଇଲ୍ ବ୍ୟବହାର କରିପାରିବେ ? ବାଇକ୍ ଚଲାଇପାରିବେ ? ଆଜ୍ଞା ହଁ.. ଆଖି ବନ୍ଦ କରିଥିଲେ ବି ସବୁ ଦିଶିବ.. କେମିତି ? ଯେମିତି ଏଇ ପିଲାମାନେ କରୁଛନ୍ତି..
ଏମିତି ସରକାରୀ ସ୍କୁଲରେ ନେତା, ଜନପ୍ରତିନିଧୀ କି ପ୍ରଶାସନିକ ଅଧିକାରୀ ନିଜ ପିଲାଙ୍କୁ ପଢାଇବେ କି !
ଦିନ ରାତି ଅହର୍ନିଶି ଜପୁଛନ୍ତି ହରେ କୃଷ୍ଣ ହରେ ରାମ.. ମାସେ କି ବର୍ଷକର କଥା ନୁହେଁ..ଦୀର୍ଘ ୨୦ ବର୍ଷ ହେଲା ହରେ ରାମ ହରେ କୃଷ୍ଣ ନାମରେ କମ୍ପୁଛି ଏ ପରିବେଶ..
ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।
ଡ୍ୟାନ୍ସ ବାର୍ରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ ! ୨୧ ବର୍ଷରୁ କମ୍ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୁଇ ନାତି ଅଜାଙ୍କ ଦଶାହ କର୍ମରେ ଯୋଗଦେଇଥିଲେ । କର୍ମ ଅନୁସାରେ ଲଣ୍ଡା ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ହୋଇଥିଲା ।
ମେଡିକାଲ ଗେଟ୍ ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ଗୁରୁବାର ଦିନ ୩ଟାରେ ସର୍ଦ୍ଦାର ବନ୍ଧ ପଂଚାୟତର ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତଙ୍କ ପେଟ ବ୍ୟଥା ହେବାରୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ ।
ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ସେଭଳି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ।
କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ରାୟଗଡ଼ା ଜିଲ୍ଲାରେ ଇମ୍ଫା ଥେରୁବାଲି ପ୍ଲାଣ୍ଟ ପକ୍ଷରୁ ‘କନ୍ୟା ଏକ୍ସପ୍ରେସ୍’ ଲଞ୍ଚ୍ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍, ଗାଁ ବୁଲିବା ସହ ଲୋକଙ୍କୁ ସଚେତନ କରିବ ‘କନ୍ୟା ଏକ୍ସପ୍ରେସ୍’।
ଜନ୍ମମାଟିକୁ ଫେରିଛି ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯାଇଛି ସୁଶାନ୍ତଙ୍କ ପାର୍ଥିବ ଶରୀର।
ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏ ନେଇ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ହୋଇଛି।