• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଜାର ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ । ଲଣ୍ଡା ହେବା ପରେ ଗାଧୋଇବା ବେଳେ ବୁଡ଼ିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦଶାହ କର୍ମରେ ଯୋଗ ଦେବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଉଭୟ ମୃତ ନାତିଙ୍କ ବୟସ ୨୦ରୁ ୨୫ ବର୍ଷ ହୋଇଥିବା ଜଣାପଡ଼ିଛି । ଏକା ସଙ୍ଗେ ଦୁଇ ଜଣଙ୍କ ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ସୂଚନା ମୁତାବକ ଦୁଇ ନାତି ଅଜାଙ୍କ ଦଶାହ କର୍ମରେ ଯୋଗଦେଇଥିଲେ । କର୍ମ ଅନୁସାରେ ଲଣ୍ଡା ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ଅଞ୍ଚଳରେ ।

ୱାଦା ଅଞ୍ଚଳର ସ୍ୱର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ସେହି ଗାଁର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଝାମ୍ପ କରଙ୍କ ପୁଅ ଚନ୍ଦନ କର ପଥର କଟା ନିକଟରେ ପହଞ୍ଚିଥିଲେ । ସେଠାରେ ତୁଠ କାମ ସାରି ନିକଟରେ ଥିବା ଏକ ପରିତ୍ୟକ୍ତ ମାଙ୍କଡା ଖାଦାନରେ ଗାଧୋଇବାକୁ ଯାଇଥିଲେ । ହେଲେ ସେଠାରେ ପାଣିରେ ବୁଡ଼ିଯାଇଥିଲେ ।

ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣି ପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇଥିଲେ । ହେଲେ ସୁଶାନ୍ତକୁ ସୋର ଡାକ୍ତରଖାନାକୁ ଆଣିବା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

  • Reported by:
  • Niranjan Behera