ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଖାସ୍ କରି ବର୍ଷକୁ ରାଜ୍ୟରେ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଥିବାରୁ ଏହି ବିଶାଳ ପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ପାଲଟିଛି।
Published By: Sarbeswar
Last updated: 12 August 2023, 10:09 PM IST
ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ପୋଲିସଠୁ ଆରମ୍ଭ କରି ଅବକାରୀ ବିଭାଗ, ମହିଳା କମିଶନଙ୍କ ଠାରୁ ଶିଶୁ କମିଶନ- ସମସ୍ତେ ତତ୍ପର। ବାରରେ କିଭଳି ନାବାଳିକାମାନଙ୍କୁ କାମରେ ଲଗାଯାଉଛି ସାମ୍ନାକୁ ଆସିବା ପରେ ଏବେ ଫୋକସରେ ରାଜଧାନୀର ସବୁ ବାର। ତେଣୁ ଖୁବଶୀଘ୍ର ରାଜଧାନୀର ସବୁ ବାର ଉପରେ ରେଡ୍ କରି ନାବାଳିକାଙ୍କୁ ବାର ଗାର୍ଲ ଭାବେ ନିୟୋଜିତ କରିଥିବା ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କମର କଷିଛନ୍ତି ଅବକାରୀ ବିଭାଗ।