ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରୁ କୁଆଡ଼େ ଗଲେ ଲେଡି SI ? ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସାଧୀନ ଥାଇ ବେଡରୁ ଅନ୍ତର୍ଦ୍ଧାନ । ଦ୍ବନ୍ଦ୍ବ ବଢାଉଛି ଅଧିକାରୀଙ୍କ ବୟାନ, ସେପଟେ ଉଭାନକୁ ନେଇ ବଢୁଛି ସସ୍ପେନ୍ସ
ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।
ଦିବ୍ୟାଙ୍ଗ ଶରୀର.. ଝାଟିମାଟି ଘର.. ଅତ୍ୟନ୍ତ ଗରିବ ପରିବାରର ଏ ପିଲାଟି ଯଦି ନିଷ୍ଠା ଓ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁଛନ୍ତି.. ତା ହେଲେ ଆମେ କାହିଁକି ପରିସ୍ଥିତି ଆଉ ପରିବେଶକୁ ଦାୟୀ କରିବା ? ବାହାନା ନୁହେଁ ସଂଘର୍ଷକୁ ବାଛିଲେ ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ର ସଂଗ୍ରାମ
୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି?
ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି ?
ଗୁହାରି କରି କରି ଥକିଗଲେଣି.. କେହି ଶୁଣୁନାହାନ୍ତି... ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ
ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ପ୍ରଣବ ପଟ୍ଟନାୟକ । ଡେଙ୍ଗୁରେ ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ପତ୍ନୀଙ୍କ ସୂଚନା ଦେଇଛନ୍ତି ।
ବୟସ ୭୦ ପାର୍ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ
ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ
ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।
ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି ।
ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ୧୦ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ବନ୍ଦ ରହିଲେ ପ୍ରେମୀ ଯୁଗଳ। ଆଉ ବାହାର ପଟୁ ପଡ଼ିଥିଲା ତାଲା।
ଆସନ୍ତା ଅକ୍ଟୋବର ଭିତରେ ସରିପାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କହିଲେ, ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ୱତନ୍ତ୍ର ରାମ୍ପ ନିର୍ମାଣ
ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ । ସେପଟେ କଟକ SCBରେ ଏବେ ଯାଏଁ ଖୋଲିନି ସ୍ୱତନ୍ତ୍ର ୱାର୍ଡ
ହୁ ହୁ ହୋଇ ମାଡ଼ିଲାଣି ଡେଙ୍ଗୁ । ଟ୍ୱିନ୍ ସିଟିରେ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ ।
କେତେ ସ୍ୱଚ୍ଛ ‘ସ୍ୱଚ୍ଛ ଭାରତ ମିଶନ’ ?
ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି।
ASI କଞ୍ଜରଭେସନ ଡାଇରେକ୍ଟର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ କରିଛନ୍ତି।
କାଗଜ କଲମରେ ସ୍ୱଚ୍ଛ ଭାରତ ମିଶନ୍ । ଏହି ମିଶନରେ ପ୍ରତି ଘରେ ପାଇଖାନା ବସାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା...ହେଲେ
କେତେବେଳେ କାହାକୁ ପୋଲିସ ଗିରଫ କରିବ, ତାହା କେହିବି କହିପାରିବେନି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ବର୍ତ୍ତମାନ ଗାଁ ଗାଁରେ ପୋଲିସର ଗିରଫଦାରୀକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।
ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...
ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ, ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ଏବେ ବି ରାସ୍ତା ଅପେକ୍ଷାରେ ରହିଛନ୍ତି ଲୋକେ...
ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା । ଗଜପତି ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ...
ବାହାଘର ଏକ ମିଳନ ସେ ଯୁଗ ଯୁଗର । ଏମିତି ବାହାଘର କିନ୍ତୁ ଦେଖି ନଥିବେ ଆପଣ । ଦୁନିଆ ଦେଖିପାରୁନଥିବା ବରର ହାତ ଧରି ବାଟ ଚାଲିବେ ଦିବ୍ୟାଙ୍ଗ କନ୍ୟା। ସତରେ ମନେ ରହିବ ଏମିତି ଏକ ନିଆରା ବାହାଘର....
କଣ୍ଟାବାଞ୍ଜି ଜେଲରଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ହଇଚଇ। ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଛନ୍ତି ମହିଳା ଜେଲର….